ଗୋଟିଏ ରାତିରେ ଜାତୀୟ ରାଜପଥ କଡ଼ରେ ଥିବା ଦୁଇ ଦୋକାନ ରୁ ଚୋରି, ଥାନା ରେ ଲିଖିତ ଅଭିଯୋଗ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋରରେ ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରି। ସୋର ଥାନା ତଳନଗର ନିକଟସ୍ଥ ୨ଟି ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସୋର ଥାନା ସବିରା ଗ୍ରାମର ମାଧବ ଚନ୍ଦ୍ର ନାୟକ ତଳନଗର ନିକଟରେ ଥିବା ଷ୍ଟାର ହୋଟେଲ ନିକଟରେ ଏକ କଫିସପ କରି ପରିବାର ପ୍ରତିପୋଷଣ କରନ୍ତି। ପ୍ରତିଦିନ ଭଳି ଗତକାଲି ରାତିରେ ଦୋକନ ବନ୍ଦ କରି ଘରକୁ ଯାଇଥିବା ବେଳେ ଅଜି ସକାଳେ ଦୋକନ ଖୋଲିବା ସମୟରେ କିଛି ଦୁର୍ବୁର୍ତ୍ତ ଦୋକନ ପଛପଟ କାନ୍ଥକୁ ଭାଙ୍ଗି ଦୋକାନରେ ଥିବା ୪୫ ହଜାର ଟଙ୍କାର ଦାମୀ ଚକଲେଟ ସିଗାରେଟ ଓ ଅନ୍ୟସାମଗ୍ରୀ ସମେତ କେସଡ୍ରରେ ଥିବା ୨୦ ହଜାର ୫ଶହ ଟଙ୍କା ଚୋରି କରିଜାଣିବାକୁ ପାଇ ସୋର ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ମୁଳେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସେହିପରି ଗତକାଲି ମଧ୍ୟ ବିଳମ୍ବିତ ରାତିରେ ତଳନଗର ଜାତୀୟ ରାଜପଥ କଡ଼ରେ ଦୋକାନ କରିଥିବା ମଦନ ଦାସଙ୍କ ଚା ବିସ୍କୁଟ ଦୋକାନର କବାଟ ତାଲା ଭାଙ୍ଗି ଚୋର ମାନେ ଆନୁମାନିକ ୫୦ ହଜାର ଟଙ୍କା(ଏକ ଫ୍ରିଜ,ମ୍ୟୁଜିକ ସିଷ୍ଟମ ସମେତ ବିସ୍କୁଟ, ଚେନାଚୁର)ର ଜିନିଷ ପତ୍ର ଲୁଟି ନେଇଛନ୍ତି ବୋଲି ଦୋକାନୀ ସୋର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଖବର ପାଇ ପ୍ରାଥମିକ ତଦନ୍ତ କରି ଫେରି ଆସିଛି। ଗୋଟିଏ ରାତିରେ ରାଜପଥ କଡ଼ରୁ ଚାହା ଓ କଫି ଦୋକାନରୁ ଚୋରି ସୋରରେ ଜାତୀୟ ରାଜପଥ କଡ଼ରେ ଥିବା ଦୋକାନୀ ମାନଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
