ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ରିପୋର୍ଟର : (ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା)
ଢେଙ୍କାନାଳ ଜିଲ୍ଲା,ପରଜଙ୍ଗ ଥାନା ଅନ୍ତର୍ଗତ ବଡଝରା ନୂଆ ସାହି ନିକଟରେ ସୋମବାର ସନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରରୁ ଜଣାଯାଏ ପରଜଙ୍ଗ ବ୍ଲକ ବଡଝରା ନୂଆସାହିର ଖଗେଶ୍ବର ନାଏକଙ୍କ ୫୦ ବର୍ଷୀୟ ପୁଅ ଅମ୍ବୁଜ ନାଏକ ସାହି ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ରହିଥିବା ଚା ଦୋକାନରୁ ଚା ପିଇ ରାଜପଥ ପାର ହୋଇ ଘରକୁ ଆସୁଥିବା ବେଳେ ଠିକ୍ ଏହି ସମୟରେ ଏକ ଅଜଣା ଗାଡ଼ି ଶକ୍ତ ଧକ୍କା ଦେଇ ପଳାଇ ଯାଇଛି । ଗାଡ଼ି ଧକ୍କାରେ ଆମ୍ବୁଜ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ମାନେ ମିଶି କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇ ଦେଇଥିବା ବେଳେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ପୋଲିସ ପ୍ରୟାସ ଜାରି ରଖିଛନ୍ତି ।
