ସରକାରୀ ଜମିରେ ଆବାସିକ ଗ୍ରୁହ ନିର୍ମାଣ ଅଭିଯୋଗ।
ରିପୋର୍ଟର : ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା।
କାମାକ୍ଷାନଗର
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଭୈରପୁର ପଞ୍ଚାୟତର ଗୁନେଇବିଲ ଗ୍ରାମରେ ଜଣେ ବ୍ୟକ୍ତି ପାଇଥିବା ଆବାସ ଗୃହ ଏକ ସରକାରୀ ଜମିରେ ନିର୍ମାଣ କରୁଥିବା ନେଇ ଅଭିଯୋଗ ହୋଇଛି l ଗୁନେଇବିଲ ଗ୍ରାମର ରବୀନ୍ଦ୍ର ପାତ୍ରଙ୍କ ପତ୍ନୀ ସୂର୍ଯ୍ୟକାନ୍ତିଙ୍କ ନାମରେ ଆସିଥିବାସରକାରୀ ଆବାସିକ ଗ୍ରୁହ ଏକ ସରକାରୀ ଜମିରେ ନିର୍ମାଣ ଜାରୀ ରହିଛି l ସୂଚନା ଅନୁଯାୟୀ ରବୀନ୍ଦ୍ର ଜଣେ ଭିର୍ନ୍ନକ୍ଷମ ହୋଇଥିବାର ପ୍ରମାଣ ପତ୍ର ପାଇ ଅନ୍ତୋଦୟ ଯୋଜନାରେ ପଞ୍ଜିକୃତ ହୋଇଛନ୍ତି l କିନ୍ତୁ ଭିର୍ନ୍ନକ୍ଷମ ହୋଇଥିବା ବେଳେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରି ପାରୁଥିବା ବେଳେ ନିଜ ଘରେ ଚୋରା ଦେଶୀ ମଦ ବିକ୍ରି କରି ଆସୁଛନ୍ତି l ଏ ସଂକ୍ରାନ୍ତରେ ବିଡ଼ିଓ ଙ୍କୁ ଅଭିଯୋଗ କରିବା ପରେ ବିଡ଼ିଓ ପ୍ରଭୁକଲ୍ୟାଣ ଦାସ ତଦନ୍ତ ଭିତିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ସୂଚନା ଦେଇଛନ୍ତି l
