*ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ “ସମ୍ବିଧାନ ଦିବସ” ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ “ସମ୍ବିଧାନ ଦିବସ” ପାଳିତ ହୋଇଯାଇଛି। ବିଭାଗ ମୁଖ୍ୟ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ ଅଧ୍ୟକ୍ଷତା କରି ଥିବା ବେଳେ ମୁଖ୍ୟ ଅତିଥି ଭାବରେ କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା, ସମ୍ମାନୀତ ଅତିଥି ରୂପେ ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼.ରଣବୀର ସିଂହ, ରସାୟନ ବିଭାଗ ମୁଖ୍ୟ ଡ଼.ତରୁଣ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଏମ.ଏଲ.ଏ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଣ୍ଟାବାଞ୍ଜିର ଇଂରାଜୀ ଅଧ୍ୟାପିକା ସଂଜୀବନୀ ସୁଧା ରଥ, ବିଭାଗ ଅଧ୍ୟାପିକା ପାୟଲ ପ୍ରଧାନ, ଅଧ୍ୟାପକ ଜଳନ୍ଧର ଦୁରିଆ, ଅଧ୍ୟାପକ ରୁକଧର ଛତ୍ରିଆ ପ୍ରମୁଖ ଯୋଗଦେଇ ସମ୍ବିଧାନ ଦିବସର ମହତ୍ତ୍ୱ ବିଷୟରେ ଆଲୋଚନା କରି, ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇ ଏକ ଉତ୍ତମ ନାଗରିକ ହେବା ନିମନ୍ତେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମରେ ଯୁକ୍ତ ତିନି ଛାତ୍ରୀ ମଞ୍ଜୁଶ୍ରୀ ପଣ୍ଡା ଅତିଥି ଆମନ୍ତ୍ରଣ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା l
