ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ।
ବ୍ରହ୍ମପୁର -ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶ ଓ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ଓ ସିଆରସିସି ବାଙ୍କ ବିହାରୀ ପ୍ରଧାନ ଙ୍କ ମାର୍ଗଦର୍ଶନକରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରହ୍ମପୁର-୨ ପରିସରରେ ରବିବାର ଦିନ ବ୍ଳକ ସ୍ତରୀୟ ଶକ୍ତି ସଂରକ୍ଷଣ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ଶକ୍ତି ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଇଛି । ଏହି ବିଦ୍ୟାଳୟ ରଙ୍ଗେଇଲୁଣ୍ଡା ବ୍ଲକ ଏବଂ ବିଏମସି ପରିସରଭୁକ୍ତ ଅଞ୍ଚଳ ର ୨୧ଟି ବିଦ୍ୟାଳୟ ର ୧୩୯ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମ ରେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ ର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ। ପ୍ରତିଯୋଗିତା କୁ ସୁପରିଚାଳନା କରିବା ଦିଗରେ ଉକ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସମତେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରାଯାଇଥିବା ଲକ୍ଷ କରାଯାଇଥିଲା। ଏହି ବ୍ଳକ ସ୍ତରୀୟ ଶକ୍ତି ସଂରକ୍ଷଣ ଲିଖିତ କୁଇଜ୍ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ତିନି ଜଣ ବିଦ୍ୟାଥୀ ଙ୍କୁ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା କୁଇଜ୍ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ କରାଯାଇଥିଲା ।
