ହିନ୍ଦୋଳରେ ହାତୀ ଆକ୍ରମଣରେ ଯୁବକ ମୃତ
ସ୍ଥାନ ଢେଙ୍କାନାଳ
ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ପୁଣିଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରରୁ ପ୍ରକାଶ ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ହିନ୍ଦୋଳବ୍ଲକ ପାଟଲା ପଂଚାୟତର ତ୍ରିପୁର ଦେହୁରୀଙ୍କ ପୁଅ ଚିନ୍ମୟ ଦେହୁରୀ(୩୦) ଆଜି ଅପରାହ୍ନ ୪ଘଣ୍ଟା ସସମୟରେ ରକଲା ଶିବମନ୍ଦିର ରାସ୍ତାରେ ବାଙ୍କିଡି ଗ୍ରାମରୁ ପାଟଲା ଫେରୁଥିବା ବେଳେ ପାଟଲା ଅନ୍ତର୍ଗତ ଶାଳବଣୀ ଅଞ୍ଚଳ ନିକଟ ରକଲା ଶିବମନ୍ଦିର ରାସ୍ତାରେ ସେଠାରେ ଥିବା ଏକ ବଣୁଆ ହାତୀ ହାତିଟି ଦୌଡ଼ି ଆସି ଚିନ୍ମୟଙ୍କୁ ହଟାତ ଆକ୍ରମଣ କରି ଜଙ୍ଗଲ ଆଡେ ପଳାଇଥିଲା ଫଳରେ ଚିନ୍ମୟ ଗୁରୁତର ଆହତ ହୋଇଥିଲେ,ଆହତ ହୋଇ ଛଟପଟ ହେଉଥିବା ଚିନ୍ମୟଙ୍କୁ ଦେଖି ଦୁଇଜଣ ସହୃଦୟବ୍ୟକ୍ତି ତୁରନ୍ତ ଏକ ବାଇକରେ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଆଣିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଖବରପାଇ ତୁରନ୍ତ ଘଟଣାସ୍ଥଳକୁ ଫରେଷ୍ଟର ଓ ବନକର୍ମଚାରୀଙ୍କୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି ଏବଂ ଖୁବଶୀଘ୍ର ସମସ୍ତ କ୍ଷତିପୂରଣ ସରକାରୀ ନିୟମାନୁଯାୟୀ ଯୋଗାଦିଆଯିବ ବୋଲି ହିନ୍ଦୋଳ ବନବିଭାଗ ସୂତ୍ରରୁ ପ୍ରକାଶ l
ଢେଙ୍କାନାଳ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
