କୁମ୍ଭାରମୁଣ୍ଢାକଟା ଗ୍ରାମରେ ଏକ ନୂତନ ସପ୍ତାହିକ ହାଟର ଶୁଭାରମ୍ଭ
ସାରସକଣା(ନି.ପ୍ର):ଅନିଲ କୁମାର ସାହୁ: ଆଜି କୁମ୍ଭାରମୁଣ୍ଡା କଟା ପଞ୍ଚାୟତର ଘନା ସାହି ଗ୍ରାମରେ ଥିବା କେନାଲ ଛକ ନିକଟରେ ଏକ ସପ୍ତାହିକ ହାଟର ଶୁଭାରମ୍ଭ ହୋଇଛି।ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରମତୀ ପ୍ରଣତି ପଣ୍ଡା ଫିତା କାଟି ସପ୍ତାହିକ ହାଟ ଶୁଭାରମ୍ଭ କରିଥିଲେ। ହାଟର ମୁଖ୍ୟ ପରିଚାଳନା ଦାୟିତ୍ୟ ସତ୍ୟବ୍ରତ ସେଠୀ(ଦୀପୁ ଭାଇ, ଭଞ୍ଜଦୂତ ଖବର କାଗଜର କାର୍ଯ୍ୟରତ ସାମ୍ବାଦିକ), ବସନ୍ତ ବେହେରା, ଦିନେଶ ବେହେରା, ପ୍ରତାପ ବେହେରା, ହିମାଂଶୁ ବେହେରା, କାଳିଚରଣ ବେହେରା(ଚ଼ିକୁନ) ଓ ସମରେଶ ବେହେରା ଉପସ୍ଥିତ ଥିଲେ। ଏହି ନୂତନ ହାଟଟି ଏହି ଅଞ୍ଚଳର ଲୋକମାନଙ୍କର ବହୁ ଉପକାର ସାଧନ କରିବ। ଏହାଦ୍ୱାରା କୃଷକ ମାନେ ନିଜ ଉତ୍ପନ୍ନ ଦ୍ରବ୍ୟ ବିକ୍ରୟ କରିବାର ସୁବିଧା ପାଇପାରିବେ। ଏହି ସପ୍ତାହିକ ହାଟରେ ସମସ୍ତ ପ୍ରକାରର ପରିବାପତ୍ର, ଲୁଗା ପଟା ଦୋକାନ, ବାସନକୁସନ ଦୋକାନ, ମାଟିରେ ତିଆରି ସମସ୍ତ ଜିନିଷ ସାମଗ୍ରୀ, ଫଳମୂଳ ଦୋକାନ, ମନୋହରୀ ଦୋକାନ, କୁକୁଡ଼ା, ବତକ ଆଦି କିଣା ବିକା ଦୋକାନ ସବୁ ପସରା ମେଲାଇଥିଲେ। ଗ୍ରାମବାସୀମାନଙ୍କୁ ଜିନିଷ କିଣିବାକୁ ସହର ବଜାର କୁ ଯିବାକୁ ପଡ଼ିବ ନାହିଁ। ଗୋଟିଏ ସ୍ଥାନରେ ତାଙ୍କର ସମସ୍ତ ଆବଶ୍ୟକୀୟ ଜିନିଷ ପତ୍ର ସୁବିଧାରେ ପାଇପାରିବେ। ଏହି ହାଟ ଦ୍ବାରା ଗ୍ରାମାଞ୍ଚଳରେ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ହୋଇପାରିବ। ଭଞ୍ଜଦୂତ ଖବର।
