ବସ୍ତାରେ ଜାତୀୟ ପ୍ରେସ ଦିବସ ପାଳିତ
ବସ୍ତା:- (ନି ପ୍ର) ପ୍ରେସ କ୍ଲବ, ବସ୍ତା ପକ୍ଷରୁ ବାହାର୍ଦ୍ଦା ପଞ୍ଚାୟତ ଅଫିସ ସଭାଗୃହରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି। ପ୍ରେସ କ୍ଲବର ସଭାପତି ବିଜୟ କୁମାର ଭୂୟାଁଙ୍କ ପୌରହିତ୍ଯରେ ଏକ ସଭାର ଆୟୋଜନ ହୋଇଥିଲା। ଆଜିର ସମାଜରେ ସାମ୍ବାଦିକ ମାନଙ୍କଭୂମିକା ଗୁରୁତ୍ବ ପୂର୍ଣ୍ଣ। ଖବର ସଂଗ୍ରହବେଳେ ଅନେକ ସମୟରେ ଆକ୍ରୋଶର ଶିକାର ହେଉଛନ୍ତି। ସରକାର ଏ ଦିଗରେ ଯତ୍ନବାନ ହୁଅନ୍ତୁ ବୋଲି ଅତିଥିମାନେ ମତବ୍ଯକ୍ତ କରିଛନ୍ତି ।ମୂଖ୍ଯ ଅତିଥି ବିଜେପି ବରିଷ୍ଠ ନେତା ଶ୍ଯାମାପ୍ରସାଦ ବେହେରା, ମୁଖ୍ୟବକ୍ତା କଂଗ୍ରେସ ଯୁବନେତା ଇଂ ସୁଧାଂଶୁ ସେଖର ଯେନା, ବରେଣ୍ୟ ଅତିଥି ବିଜେଡି ଯୁବନେତା ଜୟ ପ୍ରକାଶ ବେହେରା, ସମିତିସଭ୍ଯ ରାଜକିଶୋର ଦାସ, ବାହାର୍ଦ୍ଦା ସରପଞ୍ଚ ସଞ୍ଜୀବ କୁମାର ଦଳେଇ, ଦେବସେନା ଜିଲ୍ଲା ସଭାପତି ଶ୍ରୀମାନ ଶଙ୍କର ଯେନା, ପ୍ରକୃତି ବନ୍ଧୁ ପରିବେଶବିତ ଅନ୍ତର୍ଯ୍ଯାମି ରାଉଳ ଙ୍କୁ କ୍ଲବ ପକ୍ଷରୁ ବିଭିନ୍ନ ପ୍ରଜାତିର ଚାରା ଦେଇ ଅଭିନନ୍ଦନ ଜଣାଇଥିଲେ। ଅତିଥି ପରିଚୟ ମନିଷ ରାଇମଙ୍ଗିଆ କରିଥିବା ବେଳେ କ୍ଲବର ଉପସଭାପତି ଶିରିସ ଚନ୍ଦ୍ର ମହାନ୍ତି, ସମ୍ପାଦକ ଉମାକାନ୍ତ ମହାନ୍ତି କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ସାମ୍ବାଦିକ ଜଗତ କୁମାର ଗିରି, ଚାନସିଲର ରାଉତ, ରବିନାରାୟଣ ସାହୁ, ମାନସ ରଞନ ବେହେରା, ଶୁସାନ୍ତ ପ୍ରଧାନ, ସେଖ ଆଜାରୁଦ୍ଦିନ, ସନ୍ତୋଷ ନାୟକ ଉପସ୍ଥିତ ଥିଲେ। ସାମ୍ବାଦିକ ଶିତାକାନ୍ତ ଦାସ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
