ଗୁରୁଗୋପାଳ ଆଶ୍ରମ. ମା ବିଚାରମଣି ପୀଠ ରେ ଝାଡୁଦାର ବାବା ବଳିଆ
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୋଲର ପଞ୍ଚାୟତ ଅଧୀନସ୍ତ ଦଶମାଣକୂଳ ଗ୍ରାମର ଅଧିଷ୍ଠାତ୍ରି ଦେବି ମା ବିଚାରମଣି ଙ୍କ ପୀଠ ରେ ଶ୍ରୀମଦ ବାବା ବଳିଆ ଙ୍କ ଦ୍ଵାରା ତିନିଦିନ ଧରି କାର୍ତିକ ମାସରେ ଭାଗବତ କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଦଶମାଣକୂଳ ଗ୍ରାମବାସି ବୃନ୍ଦ ଏବଂ ବାବା ଶ୍ରୀଯୁକ୍ତପବିତ୍ର ମୋହନ ଦାସ ଙ୍କ ତତ୍ଵାବଧାନରେ ପ୍ରତେକ ସନ୍ଧ୍ୟା.୬. ଘଟିକା ଠାରୁ ପ୍ରାଥନା ୬. ୩୦. ମିନିଟ ଠାରୁ ୮. ୩୦ମି ପର୍ଯ୍ୟନ୍ତ ପ୍ରବଚନ ଏବଂ ଭଗବତ କଥା ରାତ୍ର ୯ ଘାଟିକା ଠାରୁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛି ପ୍ରଥମ ଦିବସ ସକାଳ ୭ ଟା ଠାରୁ ଗ୍ରାମବାସି ଙ୍କ ତତ୍ଵାବଧାନରେ ଧନୁଆ ନଦୀ ରୁ ଦଳସଫେଇ କାର୍ଯ୍ୟକ୍ରମ କରାଯାଇଥିଲା
ଦ୍ୱତୀୟ ଦିବସ ରେ ପତିହରା ମା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା ତୃତୀୟ ଦିନ ରେ ଶ୍ରୀମଦ ବାବାଙ୍କ କରକମଳରେ ଚାରା ବଣ୍ଟନ ଓ ଚାରା ରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା
