
ସୋର…- ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ବାରିପଦା ଗାଆଁ ର କୈଳାଶ ମାଝୀ ଙ୍କ ପୁଅ ଚନ୍ଦ୍ରଶେଖର ମାଝୀ ନିକଟସ୍ଥ ଆରୁହାବାଡ ହାଇସ୍କୁଲ୍ ପଢ଼ନ୍ତି। ଗତ ୩ ଦିନ ତଳେ ଘର ପାଖରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇ ଚିକେନ ଓ ଅନ୍ୟନ ଖାଇଥିଲେ । ସେହି ଦିନ ରାତିରେ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସୋରୋ ଡାକ୍ତରଖାନା କୁ ନେଇଥିଲେ। ସେଠାରେ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ଘରକୁ ଯାଇଥିଲେ ମାତ୍ର ପେଟ ବ୍ୟଥା ଜମା ନ ଥିଲା ଆଉ ପରୀକ୍ଷା ଦେବା ପାଇଁ ବାହାରିବା ବେଳେ ତଳେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ସୋରୋ ଡାକ୍ତରଖାନା କୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋରୋ ପୋଲିସ୍ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛି।