୧୫୬ତମ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ -୨୦୨୫ ପାଳିତ:
ବାଲେଶ୍ଵର :- ବାଲେଶ୍ଵରରେ ୧୫୬ତମ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ଏବଂ ଶାନ୍ତିର ଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ୧୨୧ତମ ଜୟନ୍ତି ମହା ସମାରୋହ ପାଳିତ ହୋଇଯାଇଛି।ବାଲେଶ୍ଵର ସହିଦ ପାର୍କ ସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ମାଲ୍ୟାର୍ପଣ କରିଥିଲେ ଏବଂ ପରେ ଜିଲ୍ଲାପାଳଙ୍କ ନୂତନ କାର୍ଯ୍ୟାଳୟ ପରିସରର ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଏହି ମାଲ୍ୟାର୍ପଣ ସମୟରେ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ ସ୍ଵାଗତ ସମ୍ଭାଷଣ ପରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଗାନ୍ଧୀ ଜୟନ୍ତୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପରେ ପରେ ନୃତ୍ୟ ସଙ୍ଗୀତ କଳା ମନ୍ଦିର ତରଫରୁ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ପରିବେଷଣ ସର୍ବ ଧର୍ମ ପ୍ରାର୍ଥନା ପଣ୍ଡିତ,ମୌଲବୀ, ପାଦ୍ରୀ ଆଦିଙ୍କୁ ନେଇ କରାଯାଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିରେ ମୁଖ୍ୟ ଅତିଥିଙ୍କ ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲେଶ୍ଵର ସାଂସଦ ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ସଦର ବିଧାୟକ ,ନୀଳଗିରି ଉପଜିଲ୍ଲାପାଳ ଡ଼. ମଧୁସ୍ମିତା ସାମନ୍ତରାୟ, ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରମୁଖ ଗାନ୍ଧିଜୀ ଙ୍କ ଅହିଂସା,ସତ୍ୟ ଓ ନିଷ୍ଠା ଭଳି ବଳିଷ୍ଠ ନେତୃତ୍ୱରେ ଭାରତକୁ ସ୍ବାଧିନତା ର ସ୍ଵାଦ ଦେଇଥିଲେ।ତାଙ୍କରି ଜୀବନୀ ଗାଥା ସଂଘର୍ଷ ସମ୍ପର୍କରେ ଆଲୋକପାତ କରିଥିଲେ।ବିଶିଷ୍ଟ କବି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ଗାନ୍ଧିଜୀଙ୍କ ଜୀବନ ଆଦର୍ଶ, ବାଲେଶ୍ଵର ଜିଲ୍ଲା ସହିତ ବିଭିନ୍ନ ଆନ୍ଦୋଳନ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ପରି ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।।।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
