
ନୂଆପଡା (ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଗସ୍ତ ରେ ଓଡ଼ିଶା ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି କିରକିଟା କୁ ନୂତନ ବ୍ଲକ୍ ଗଠନ ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଖଡିଆଲ ବ୍ଲକ ର ୯ ଗୋଟି ଗ୍ରାମ ପଞ୍ଚାୟତ, ବୋଡ଼େନ ବ୍ଲକ୍ ର ୨ ଗୋଟି ଏବଂ ସିନାପାଲି ବ୍ଲକ ର ୩ ଗୋଟି ପଞ୍ଚାୟତ କୁ ନେଇ ୧୪ ଗୋଟି ଗ୍ରାମପଞ୍ଚାୟତ କୁ ନେଇ କିର ନୂତନ ବ୍ଲକ୍ ଦାବୀ କରିଛନ୍ତି। ସେହିପରି ଖଡିଆଳ ଠାରୁ କିରକିଟା ରୁ ଖଡିଆଳ, ବୋଡ଼େନ ଏବଂ ସିନାପାଲି ଠାରୁ କିରକିଟା କୁ ୨୦ କିଲୋମିଟର, ଦୂରତା ରହିଅଛି। ଏହି ଦାବୀ ଦେବା ବେଳେ ବରିଷ୍ଠ ବିଜେପି ନେତା ରାତ୍ରନନ୍ଦ ମନହିଁରା, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କିଶୋର ଚଲାନ, ସରପଞ୍ଚ ଭୋଲେଶ୍ଵରୀ ଦାସ ଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।