
ଢେଙ୍କାନାଳ (ଗୋକୁଳାନନ୍ଦ ବେହେରା) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା କନ୍ତିଓକାଟେଣୀ ଗ୍ରାମ ନିକଟବର୍ତ୍ତୀ ରେଙ୍ଗାଲି କେନାଲ ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍ । ଯାତ୍ରୀବାହୀ ବସ ଓଲଟି କୋଡିଏ ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି କ୍ଷ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଅଁଳାବେରେଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ସୂଚନା ମିଳିଛି । ପରଜଙ୍ଗ ଥାନା କୁମୁସୀ ଗ୍ରାମରୁ ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ ଶୁକ୍ରବାର ଭୁବନେଶ୍ବର ଅଭିମୁଖେ ଯାଉଥିଲା । କନ୍ତିଓକାଟେଣୀ ଗ୍ରାମ ଦେଇ ଯାଇଥିବା ରେଙ୍ଗାଲି କେନାଲ ରାସ୍ତାରେ ବସଟି ଯାଉଥିବା ସମୟରେ ଭରସାମ୍ୟ ହରାଇ କେନାଲ ମଧ୍ୟକୁ ଓଲଟି ପଡିଥିଲା। ଫଳରେ ବସରେ ଥିବା ୫୦ରୁ ଅଧୂକ ଯାତ୍ରୀଙ୍କ ମଧ୍ୟରୁ କୋଡିଏ ରୁ ଉଦ୍ଧ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।