
ନୂଆପଡା( ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ୫୯ ତମ ଆଲୋଚନା ଚକ୍ର ରେ ‘ମୋଗଲ ଇତିହାସର ପୁନଃଲିଖନ ଯଥାର୍ଥ’ ଶୀର୍ଷକ ଉପରେ କ୍ଷତ୍ରିୟ ପାଟଣା ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା। ବିଜୁ ପଟନାୟକ ମହାବିଦ୍ୟାଳୟ, ବୋଡେ଼ନ ଅଧ୍ୟାପକ ଗୟାଧର ମହାନ୍ତି ଓ ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟାପକ ପ୍ରଦୀପ କୁମାର ବେହେରା ବିଷୟ ସପକ୍ଷରେ ଆଲୋଚକ ରୂପେ ଯୋଗ ଦେଇଥିବା ବେଳେ ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜି ଅଧ୍ୟାପକ ଜିତେନ୍ଦ୍ର ସୁନା ଓ ସାମ୍ବାଦିକ ଶ୍ରୀ ରାଜୀବ ସଗରିଆ, ବିଷୟ ବସ୍ତୁ ବିପକ୍ଷରେ ଯୁକ୍ତି ବାଢିଥିଲେ। ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ।ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ।ଅବସର ପ୍ରାପ୍ତ ଅଧ୍ୟାପକ ଅଶ୍ୱିନୀ ପାଢ଼ୀ, ଡ଼ ସୁଶାନ୍ତ ବିଶି, କାର୍ତ୍ତିକ ବାଗ, ପଟାୟତ ସାହେବ, ଭୀଷ୍ମରାଜ ମେହେର, ସନାତନ ମହାହୁତି, ଗୁରୁ ବାଗ, ଠାକୁର ଦାସ ମହାନନ୍ଦ, ନନ୍ଦ କିଶୋର ପ୍ରଧାନୀ, ନନ୍ଦଲାଲ ବାରିକ, ଆଲୋକ ରଥ, ଭାନୁ ସୁନାନୀ, ସତୀଶ ପଟନାୟକ, ଭଗତ ସିଂହ, ଆକାଶ ସୁନାନୀ, ରିତେଶ ଦାସ, ବିନୟ ପତି, ଗୌରାଙ୍ଗ ସାହୁ, ଲୋହିତାକ୍ଷ ଯୋଶୀ, ପି ଏଲ ଵର୍ମା, ଅନେକ ଯୋଗ ଦେଇଥିଲେ।