‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ଝାରପୋଖରିଆରେ ନୂତନ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
______________
ସାରସକଣା,(୫.୧୧.୨୬)(ନି.ପ୍ର):
ରାଜ୍ୟ ସରକାରଙ୍କ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାରେ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଝାରପୋଖରିଆ ପଞ୍ଚାୟତରେ ଏକ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ କରକମଳରେ ଏହି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁମନରାଜା ମହାନ୍ତି ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଝାରପୋଖରିଆ ସରପଞ୍ଚ ଶ୍ରୀମତୀ ମାଳତୀ ସିଂ, ନାଏବ ସରପଞ୍ଚ ଶ୍ରୀ ମଣି ଶଙ୍କର ବାରିକ ଏବଂ ଝାରପୋଖରିଆ ଥାନା ଅଧିକାରୀ ଶ୍ରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭେଚ୍ଛା ଜଣାଇଥିଲେ ।ଏହି ଅବସରରେ ମାନ୍ୟବର ବିଧାୟକଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ । ଏହି ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ ହେବା ଦ୍ଵାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟ ପାଇଁ ବିଶେଷ ଭାବରେ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
