
ନୂଆପଡା (ମିଖାଏଲ ନନ୍ଦ):ତା:୨୩.୦୭. ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଉପ ଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତ ଗଚ୍ଛିତ ୟୁନିଟ ଖୋଲିବା ନେଇ ନିଷ୍ପତ୍ତି, ଡାକ୍ତର ତାଲିମ ନେବା ପାଇଁ ବିଶ୍ଵାଳ ଗସ୍ତ, ଖଡିଆଳ ଠାରେ ରକ୍ତ ଭଣ୍ଡାର ଅତ୍ୟାବଶ୍ୟକ ରହିଅଛି କାରଣ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ୪ ଗୋଟି କିଡନୀ ଡ଼ାଇଲୋଷିଶି ଯନ୍ତ୍ର ଖ୍ଞ୍ଜା ହୋଇ ରୋଗୀଙ୍କୁ ସେବାନ ପ୍ରଦନ କରୁଛନ୍ତି। କିନ୍ତୁ ରକ୍ତ ମେଚିଙ୍ଗ ପାଇଁ ଟେକନିଶିୟାନ ନିଯୁକ୍ତି ଆବଶ୍ୟକ ରହିଅଛି। ଉନ୍ନତମାନର ସେବା ପ୍ରଦାନ ପାଇ ଏକ ରକ୍ତ ଭଣ୍ଡାର ଖୋଲିବା ପାଇଁ ଭିତ୍ତି ଭୂମିର ଆବଶ୍ୟକ ପଡିଥାଏ। ଖଡିଆଳ ଉପ ଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭିତ୍ତିଭୂମି ମହଜୁଦ ରହିଅଛି। କେବଳ କର୍ମଚାରୀ ନିଯୁକ୍ତି ପାଇଁ ସରକାରଙ୍କ ସ୍ଵୀକୃତି ସାଙ୍ଗକୁ ଏକ ଡ଼ାକ୍ତର ଦାୟିତ୍ବ ରେ ରହିବେ। ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇଥିବା ରୁ ଉତ୍ତମ ସ୍ୱାସ୍ଥ୍ୟ ସେବା କୁ ଲୋକାଭିମୁଖୀ ପାଇ ଆବଶ୍ୟକ ସେବା ପ୍ରଦାନ ପାଇଁ ପ୍ରଶାସନ ଏବଂ ସରକାର ଯତ୍ନବାନ ହେବା ଜରୁରୀ ଅଟେ।