କିଲାପଙ୍ଗା ରିଲିଫ୍ କ୍ୟାମ୍ପରେ ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ରାପିଡ୍ ଆକ୍ସନ୍ ଟିମ୍ ପକ୍ଷରୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପ୍ରଦାନ
କନ୍ଧମାଳ/ଜି. ଉଦୟଗିରି :୦୩/୧୧/୨୦୨୬
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ
ବାତ୍ୟା ଓ ଦୁର୍ବିପାକ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ କ୍ରମାଗତ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ସମବାର ଦିନ କିଲାପଙ୍ଗା ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିବା ଅନ୍ତେବାସୀମାନଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଓ ସହାୟତା ପ୍ରଦାନ କରାଯାଇଛି। ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ରାପିଡ୍ ଆକ୍ସନ୍ ଟିମ୍ ତରଫରୁ ଏହି ରିଲିଫ୍ କ୍ୟାମ୍ପ ପରିଦର୍ଶନ କରାଯାଇଥିଲା।ଟିମ୍ରେ ଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ କ୍ୟାମ୍ପରେ ରହୁଥିବା ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ, ସଚେତନତା ଏବଂ ଔଷଧପତ୍ର ଯୋଗାଇ ଦେଇଛନ୍ତି।ବିପର୍ଯ୍ୟୟ ସମୟରେ ଲୋକଙ୍କୁ ତ୍ୱରିତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଏହି ଟିମ୍ର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ହୋଇଛଛି।
