
ଯାଜପୁର /ବିଞ୍ଝାରପୁର (ସରୋଜ କୁମାର ମଲ୍ଲିକ) : ତା ୧୮/୦୭ରିଖରେ TPNODL ର ଯାଜପୁର ଡିଭିଜନ ତୃତୀୟ ବିଦ୍ୟତୁ ସୁରକ୍ଷା ସପ୍ତାହ -୨୦୨୫ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧୀନରେ ଥିବା ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ଉକ୍ତ ସଭାକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସାଗରିକ ନାଥ ଓ ଯାଜପୁର ଡିଭିଜନ ର ସୁରକ୍ଷା ଅଧିକାରୀ ତାପସ କୁମାର ଲେଙ୍କା ଉଦଘାଟନ କରିଥିଲେ | ଡିଭିଜନ -୨ର ସୁରକ୍ଷା ଅଧିକାରୀ ତାପସ କୁମାର ଲେଙ୍କା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟୁତର ଉପକାରିତା ଓ ସୁରକ୍ଷା ବିଷୟରେ ଅବଗତ କରାଇଥିଲେ | ଉକ୍ତ ସଭାରେ ସହକାରୀ ଶିକ୍ଷକ ସୁବୋଧ କୁମାର ସାହୁ ଓ ଅନ୍ୟ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ସୁରକ୍ଷା ଅଧିକାରୀ ଆଦିତ୍ୟ ପ୍ରକାଶ ଧଳ ଓ s. k. Imran Alam ପରିଚାଳନା କରିଥିଲେ |