ବାଳିକା ହାଇସ୍କୁଲରେ ବିଜ୍ଞାନମେଳା
ଆଗରପଡ଼ା,(କ ନିପ୍ର) ଆଗରପଡ଼ା ସରକାରୀ ବାଳିକା ହାଇସ୍କୁଲରେ ସ୍କୁଲ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୫ ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ବାଲିପୋଖରୀ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଉତ୍ତମ ମଲ୍ଲିକ ଓ କୃଷ୍ଣଚରଣ ବିଦ୍ୟାମନ୍ଦିର ବିଜ୍ଞାନ ଶିକ୍ଷକ ଗୋକୁଳାନନ୍ଦ ବେହେରା ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ । ବାଳିକା ହାଇସ୍କୁଲ ବିଜ୍ଞାନ ଶିକ୍ଷୟିତ୍ରୀ ବନଜିନୀ ନାୟକ ଓ ଶୁଭଶ୍ରୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ତଥା ବିଇଓ ଇନଚାର୍ଜ ଚିତ୍ତରଂଜନ ମହାନ୍ତି କୃତୀ ବୈଜ୍ଞାନିକମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବରିଷ୍ଠ ଶିକ୍ଷକ ଅଜିତ ରାଉଳ, ଭୀମସେନ ପାଳ, କୈଳାସ ପଣ୍ଡା, ପ୍ରମୋଦିନୀ ସାହୁ, ସାଗରିକା ମହାନ୍ତି, ରଂଜିତା ଶିଅଳ,ସୁମିତ୍ରା ନାଇକ,ସାବିତ୍ରୀ ଦାଶ, ବିଦ୍ୟୁତଲତା ଦାସ , ସୁଶାନ୍ତ ଜେନା, ଦୁର୍ଯ୍ୟୋଧନ ସେଠୀ , ପରିଚାଳନା କମିଟି ସଭାପତି କୁଳମଣୀ ସାହୁ ପ୍ରମୁଖ ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
