*ସଭାପତିଙ୍କ କୃତଜ୍ଞତା ବାର୍ତ୍ତା*
*🚩..ଅଗ୍ରସେନ ମହାରାଜ କୀ ଜୟ..🚩*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଅଗ୍ରସେନ ଜୟନ୍ତୀ ସମାରୋହ ନିଶ୍ଚିତ ଭାବରେ ଅତ୍ୟନ୍ତ ମନମୋହକ ଥିଲା। ସମାଜର ସମସ୍ତ ଲୋକ ବଢ଼ି ଚଢ଼ି ଏଥିରେ ଅଂଶଗ୍ରହଣ କରି ଏହାକୁ ସଫଳ କରିଥିଲେ। ବୟୋଜ୍ୟେଷ୍ଠମାନଙ୍କର ଆଶୀର୍ବାଦ ମଧ୍ୟ ରହିଥିଲା।
ସଫଳତାର ଅର୍ଥ କେବଳ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ବା ସଭା କାର୍ଯ୍ୟ ନୁହେଁ। ସଫଳତାର ଏକ ଅନ୍ତର୍ନିହିତ ଅର୍ଥ ଏହା ମଧ୍ୟ ଯେ *ଏକତା*। ବର୍ତମାନ ପର୍ଯ୍ୟନ୍ତ ସମାଜର ଯେଉଁ ସକାରାତ୍ମକ ପ୍ରତିକ୍ରିୟା ଆସୁଛି, ତାହା ହିଁ ଆମ ସମିତି ପାଇଁ ପୁରସ୍କାର।
ମୋ ଉପରେ ଭରସା କରି ସଭାପତିତ୍ୱର ଗୁରୁ ଦାୟିତ୍ୱ ଦିଆଯାଇଥିବାରୁ ମୁଁ କୃତଜ୍ଞ। ଆମର ପ୍ରୟାସ ନିର୍ମଳ ଥିଲା ଏବଂ ପକ୍ଷପାତରୁ ଦୂରରେ ଥିଲା। ଆମ ମଧ୍ୟରେ ପାରସ୍ପରିକ ବୁଝାମଣା ଥିଲା ଏବଂ ସମସ୍ତେ ଏକ ଦୁଜର ସାଥ୍ ଦେବାକୁ ତତ୍ପର ଥିଲେ।
*ମହିଳା ମଞ୍ଚ, ଯୁବା ମଞ୍ଚ, ଜାଗୃତି ଶାଖା* ସମସ୍ତେ ଦିଲ ଖୋଲି ଆମକୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପଛରେ ସେମାନଙ୍କ ପରିଶ୍ରମ ହିଁ ସର୍ବୋପରି ଥିଲା ଏବଂ ଏହାର ଶ୍ରେୟ ମଧ୍ୟ ସେମାନଙ୍କୁ ଯାଏ।
ମୁଁ ମୋ ସମିତି ତରଫରୁ ସମାଜର, ସମସ୍ତ ପଦାଧିକାରୀ ତଥା ସମସ୍ତ କାର୍ଯ୍ୟକର୍ତାଙ୍କୁ ହୃଦୟର ଅନ୍ତଃକରଣରୁ ଆଭାର ପ୍ରକଟ କରୁଛି।
*🙏..ନବରାତ୍ରିର ଶୁଭକାମନା..🙏*
