*ଭବାନୀପାଟଣାରେ ମହା ଆଡ଼ମ୍ବରରେ ପାଳିତ ହେଲା ମହାରାଜା ଅଗ୍ରସେନ ଜୟନ୍ତୀ*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
*ଭବାନୀପାଟଣା, ୧୧/୧୦/୨୦୨୬ * ସ୍ଥାନୀୟ ଅଗ୍ରୱାଲ ସମାଜ ପକ୍ଷରୁ ଆଜି ମହାରାଜା ଅଗ୍ରସେନ ଜୟନ୍ତୀ ଅତ୍ୟନ୍ତ ଭବ୍ୟ ଭାବରେ ପାଳିତ ହୋଇଯାଇଛି। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସକାଳ ୧୧ଟାରେ *ରାମ ମନ୍ଦିରରୁ ବିଶାଳ ଶୋଭାଯାତ୍ରା* ବାହାରି ସହର ପରିକ୍ରମା କରି ଅଗ୍ରସେନ ଭବନରେ ପହଞ୍ଚିଥିଲା। ଦିନ ୧ଟାରେ *ଫେଲୋସିପ୍ ଲଞ୍ଚ* ଆୟୋଜିତ ହୋଇଥିଲା।
ସନ୍ଧ୍ୟା ୭ଟାରେ ମୁଖ୍ୟ ଉତ୍ସବ ଆରମ୍ଭ ହୋଇଥିଲା। ଏହି ଅବସରରେ *ମୁଖ୍ୟ ଅତିଥି ପ୍ରଫେସର ପବନ ଅଗ୍ରୱାଲ, କୁଳପତି, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ* ଏବଂ *ମୁଖ୍ୟ ବକ୍ତା ଶ୍ରୀ ବିଜୟ କେଡ଼ିଆ ଜୀ, ସମ୍ବଲପୁର (ସମ୍ପାଦକ – ଝଲପ୍ ପତ୍ରିକା)* ଯୋଗ ଦେଇଥିଲେ।
*ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଧାବୀ ଛାତ୍ର ସମ୍ମାନ:*
ଏହି ଅବସରରେ ସମାଜର ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା *ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ* ପରିବେଷଣ କରାଯାଇଥିଲା। ନୃତ୍ୟ, ସଙ୍ଗୀତ ଓ ନାଟକ ମାଧ୍ୟମରେ ମହାରାଜା ଅଗ୍ରସେନଙ୍କ ଜୀବନୀ ପ୍ରଦର୍ଶିତ ହୋଇଥିଲା।
ଏହା ପରେ *ମେଧାବୀ ଛାତ୍ର-ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ* କରାଯାଇଥିଲା। ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ମଞ୍ଚରେ ସମ୍ମାନିତ କରାଯାଇ ଉତ୍ସାହିତ କରାଯାଇଥିଲା।
ଶେଷରେ *ରାତି ୮ଟାରେ ଭବ୍ୟ ନୈଶ ଭୋଜି (Dinner)* ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଅଗ୍ରୱାଲ ସମାଜ, ଭବାନୀପାଟଣାର ସମସ୍ତ କର୍ମକର୍ତା ସଫଳ କରିଥିଲେ।
