ଦାହିକୋଟୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଭାଲିଆ ୨ କି:ମି ରାସ୍ତାରେ ଶତାଧିକ ଖାଲ।
ବେତନଟୀ ୨୯/୯ : ବେତନଟୀ ବ୍ଲକ ଅଧିନ ଦହିକୋଟୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଲିଆ ୨ କିଲୋମିଟର ରାସ୍ତାରେ ଶତାଧିକ ଖାଲ ରହିଛି। ୩ ମାସ ପୂର୍ବରୁ ବେତନଟୀ ଗ୍ରାମଉନୟନ କାର୍ଯ୍ୟାଳୟ ପକ୍ଷରୁ ୧ କିଲୋମିଟର ରାସ୍ତାକୁ ମରାମତି ହୋଇଥିଲେ ମଧ୍ୟ କାମ ସାରିବାର ୧୫ ଦିନ ମଧ୍ୟରେ ପୁନର୍ବାର ଖାଲ ଆରମ୍ଭ ହୋଇଯାଇଥିଲା ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଉଠାଇଛନ୍ତି। ଏହି ରାସ୍ତା ପାରହତା, କାଠପାଳ ଗ୍ରାମ ଦେଇ ବେତନଟୀ ତୁଳସୀଚଉରା ନିକଟରେ ୧୮ ନମ୍ବର ଜାତୀୟ ରାଜପଥ କୁ ସଂଯୋଗ କରୁଛି। ଏହି ଭଳି ଅପର ପାର୍ଶ୍ୱରେ ଭାଲିଆ ଗ୍ରାମ ଦେଇ ମୋରଡା ବ୍ଲକ ର ମୟୁରଭଞ୍ଜ ର ବଡ଼ ହାଟ ଦାନ୍ତିଆମୁହାଁ କୁ ସଂଯୋଗ କରୁଥିବାର ଜଣାପଡିଛି। ଏହି ରାସ୍ତା ବୈଶିଙ୍ଗା ବେତନଟୀ ଅଂଚଳର ପ୍ରାୟ ୮ ରୁ ଉର୍ଧ୍ଵ ଗ୍ରାମପଞ୍ଚାୟତ ର ୫୦ ରୁ ଉର୍ଧ୍ଵ ଗ୍ରାମର ଗ୍ରାମବାସୀ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଏହି ରାସ୍ତା ପ୍ରାୟ ମୋଟ ୨ କିଲୋମିଟର ରାସ୍ତାରୁ ପ୍ରାୟ ୧ କିଲୋମିଟର ରାସ୍ତାକୁ ବେତନଟୀ ଗ୍ରାମ୍ୟଉନୟନ ବିଭାଗ ପକ୍ଷରୁ ମରାମତି ବାବଦ ରେ ୫ ଲକ୍ଷ ଟଙ୍କା ବ୍ୟୟ ବରାତ କରାଯାଇ ରାସ୍ତା ମରାମତି କରାଯାଇଥିଲା। ଏହି ମରାମତି କାର୍ଯ୍ୟ ଏତେ ନିମ୍ନମାନ ରେ କରାଯାଇଥିଲା ଜେ କାମ ସାରିବାର ୧୫ ଦିନ ପରେ ପୁନର୍ବାର ଖାଲ ହେବା ଆରମ୍ଭ ହେବାସହ ରାସ୍ତା ଦବିଯାଇଥିବାର ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମରାମତି ରାସ୍ତା ବିଭିନ୍ନ ସ୍ଥାନରେ ବକଡା ଭଳି ଉଠିଯାଉଥିବାର ଦେଖିବାକୁ ମିଳିଛି। ସେହିଭଳି ମରାମତି ନ ହୋଇଥିବା ରାସ୍ତାର ଆଗଡା ଭାଲିଆ ଛକ ଠାରୁ ଭାଲିଆ ଗାଁ ପର୍ଯ୍ୟନ୍ତ ଶତାଧିକ ବଡବଡ ଖାଲ ଏ ଭଳିକି କ୍ଷୁଦ୍ର ଜଳାଶୟ ଭଳି ଖାଲରେ ବର୍ଷା ଦିନରେ ପାଣି ଜମି ରହୁଛି। ଦୈନିକ ଶହଶହ ଲୋକ ଏଭଳିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାତାୟାତ କରୁଥିବା ବେଳେ ବହୁ ଲୋକ ମଟରସାଇକଲ ଓ ସାଇକେଲ ଆରୋହୀ ମାନେ ପଡ଼ି ଆହତ ହେଉଥିବାର ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏହି ଦହିକୋଟି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଲିଆ ଗାଁ ପର୍ଯ୍ୟନ୍ତ ରାସ୍ତା କୁ ନୂତନ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। ଏ ସମ୍ପର୍କ ରେ ବେତନଟୀ ଗ୍ରାମ୍ୟଉନୟନ ବିଭାଗ ର ସହକାରୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ମହାନ୍ତ ଙ୍କୁ ପଚାରିବାରୁ କହନ୍ତି ମୁଁ ଏବେ ନୂତନ ଭାବରେ କାର୍ଯ୍ୟରେ ଯୋଗ ଦେଇଛି ମୋ ଜାଣତ ରେ ଗତ ମାର୍ଚ୍ଚ ମାସରେ ମରାମତି କାର୍ଯ୍ୟ ହୋଇଥିଲା। କିନ୍ତୁ ଏବେ ବନ୍ୟା କ୍ଷତିଗ୍ରସ୍ତ କାରଣ ଦର୍ଶାଇ ନୂତନ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦେଇ କାର୍ଯ୍ୟକାରିବେ ବୋଲି କହିଛନ୍ତି।
