ଲଘୁଚାପ ଜନିତ ଲଗାଣ ବର୍ଷା ରେ ହରଭଙ୍ଗା ଅଞ୍ଚଳ ଜଳମଗ୍ନ ଚାଷ ଜମି ନଷ୍ଟ :ସରକାରୀ ସାହାଯ୍ୟ ଦେବାକୁ ଦାବୀ (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ହରଭଙ୍ଗା 28/9 ହୀରାକୁଦ ଉପର ମୁଣ୍ଡ ତଥା ଛତିଶଗଡ଼ ଅଞ୍ଚଳ ରେ ବର୍ଷା ଯୋଗୁଁଓ କଳାହାଣ୍ଡି ଅଞ୍ଚଳ ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ରେ ବନ୍ୟା ଦେଖା ଦେଇଛି ହୀରାକୁଦ ର ମୋଟ ଅଠେଇସୀ ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ଯୋଗୁଁ ହରଭଙ୍ଗା ଅଞ୍ଚଳ ପାଣିଘରା ଖଣ୍ଡିଧାଳପୁର କୋଡାସିଙ୍ଗା କୁମାରୀ ଅଞ୍ଚଳ ଜଳମଗ୍ନ ହୋଇଛି ଧାନ ଜମି ସମ୍ପୂର୍ଣ୍ଣ ଭାବରେ ବନ୍ୟା ଜଳ ରେ ଆଜି କୁ ଦୁଇ ଦିନ ହେବ ବୁଡି ରହିଛି। ଫସଲ ନଷ୍ଟ ହେବାର ସମ୍ଭାବନା ଥିବାରୁ ଚାଷୀ ହତାଶ ହୋଇ ମୁଣ୍ଡ ରେ ହାତ ଦେଇ ନିରୁପାୟ ହୋଇ ବସିଛି. ବନ୍ୟା ପରେ ତୁରନ୍ତ ଚାଷୀ ଙ୍କ କ୍ଷୟ କ୍ଷତି ଆକଳନ କରି ଚାଷୀ ଙ୍କୁ ସାହାଯ୍ୟ ଯୋଗାଇଦେବାକୁ ଚାଷୀ ନେତା ସୁନୀଲ ଗୁପ୍ତା ସରକାର ଙ୍କ ନିକଟ ରେ ଦାବୀ ଜଣାଇଛନ୍ତି
