*ଗଁଦିଆ ସ୍ମୃତି ସଂସଦ ତରଫରୁ ପଙ୍କଜ ଲୋଚନ ସିଂହ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୭.୯.୨୦୨୬
ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବାଙ୍ଗୋଲ ଗ୍ରାମ ର ବିଶିଷ୍ଟ ସମାଜସେବୀ ପଙ୍କଜ ଲୋଚନ ସିଂହଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ସାତ ତାରିଖ ଅପରାହ୍ନ ରେ ତାଙ୍କ ବାସଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଭବ୍ୟ ସ୍ମୃତି ଚାରଣ ସଭା ରେ ଗଁଦିଆ ସ୍ମୃତି ସଂସଦ ର ଉପଦେଷ୍ଟା ଦଣ୍ଡଧର ସାହୁ, ଡଃ ସମୀର କୁମାର ସାହୁ, ଉପସଭାପତି ଡମ୍ବରୁଧର ସେଠୀ ସଂଯୋଜକ ଅଭିମନ୍ୟୁ ଦାସ, ଦେବରାଜ ଓଝା , ସମ୍ପାଦକ ତାପସ କୁମାର ରାଉତ , ପ୍ରାକ୍ତନ ସରପଞ୍ଚ ମଙ୍ଗରାଜ ବାରିକ, ପ୍ରାକ୍ତନ ଗଁଦିଆ ବ୍ଳକ ଅଧ୍ୟକ୍ଷ ମଳୟ କୁମାର ସିଂହ, ବରିଷ୍ଠ ସମାଜ ସେବୀ ବିପିନି ବିହାରୀ ସିଂହ, ଶ୍ରୀକାନ୍ତ କୁମାର ଭୂତିଆ, ଥିଙ୍କରସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ, ଶ୍ରୀରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଞ୍ଚ ର ସମ୍ପାଦକ ବିଦ୍ୟାଧର ସାହୁ, ଯୁବ ସମାଜସେବୀ ଶେଷଦେବ ମହାପାତ୍ର, ଅମୀୟ କୁମାର ଜେନା,ପ୍ରାକ୍ତନ ସମିତି ସଭ୍ୟ ପ୍ରତାପ କୁମାର ଦାସ, ବାଙ୍ଗୋଲ ଗ୍ରାମ ସଂଗଠନ ସଭାପତି ହଳଧର ପାତ୍ର ଉପସ୍ଥିତ ହୋଇ ସ୍ମୃତି ଚାରଣ କରିଥିଲେ। ସ୍ମୃତି ସଂସଦ ର
ସଂଯୋଜକ ଶ୍ରୀ ଦାସ ଭଗବତ୍ ଗୀତା ପାଠ କରିଥିବା ବେଳେ ଅନ୍ୟତମ ସଂଯୋଜକ ଶ୍ରୀ ଓଝା ସଙ୍ଗୀତ ପରିବେଷଣ କରିଥିଲେ। ସଭାପତି ପ୍ରକୃତ ବନ୍ଧୁ ଶ୍ରୀ ସାହୁ ଶାନ୍ତି ପାଠ କରିଥିଲେ। ମଞ୍ଚାସୀନ ଅତିଥି ଙ୍କୁ ସ୍ବର୍ଗତ ସିଂହଙ୍କ ପରିବାର ବର୍ଗ ଉତ୍ତରୀୟ ଓ ଭଗବତ୍ ଗୀତା ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହସ୍ରାଧିକ ଜନସାଧାରଣ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
