*ସତ୍ୟଅଲେଖ ମହିମାଧର୍ମ କୌପୀନଧାରୀ ସମିତି ଓରଫ କୌପୀନଧାରୀ ମହିମା ସମାଜର ବାର୍ଷିକ ନବାନ୍ନ ମହୋତ୍ସବ* *ମହିମାଗାଦି* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଗଁନ୍ଦିଆ ବ୍ଲକ ଯୋରନ୍ଦା ମହିମାଗାଦିର କୌପୁନିଧାରୀ ମହିମା ସମାଜର ନବାନ୍ନ ଉତ୍ସବପାଇଁ ବାବା ରଘୁନାଥ ଦାସଙ୍କ ସଭାପତିତ୍ୱରେ ପ୍ରସ୍ତୁତି ବୈଠକ ତା-05/09/2026 ରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ବାବା ଅବିନାଶ ଦାସ (ସଭାପତି ) ବାବା ସୁଶାନ୍ତ ଦାସ, (ସମ୍ପାଦକ ) ଅରୂପ ଦାସ (ସହ ସମ୍ପାଦକ )ସଞ୍ଜୟ ବାବା ଓ ଅଲେଖ ବାବା (କୋଷାଧକ୍ଷ )ଓ ସମସ୍ତ ସାଧୁ ସନ୍ଥଙ୍କ ବୈଠକର ନିଷ୍ପତି ଅନୁଯାୟୀ ପ୍ରତିବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳ ଦ୍ଵିତୀୟା ଇଂରାଜୀ ତା -13/09/2026ରିଖ ରବିବାର ଦିନ କୌପୀନଧାରୀ ମହିମା ସମାଜ, ମହିମାଗାଦିରେ ବାର୍ଷିକ ନବାନ୍ନ ଉତ୍ସବ ପାଳିତ ହବାକୁ ଯାଉଅଛି l ଉକ୍ତଦିନ ପ୍ରାତଃ ଘ.4.30 ମି. ସମୟେ ଅଲେଖ ମହିମା ମହାପ୍ରଭୁଙ୍କୁ ମହାଳମୂଳ ଅମୁଣିଆ ମଣ୍ଡପ ଠାରେ ନବାନ୍ନ ଅର୍ପଣ କରାଯାଇ ବିଶ୍ୱଜନ ପ୍ରାଣୀମାନଙ୍କର ସର୍ବବିଧି ମଙ୍ଗଳ ତଥା ଚଳିତବର୍ଷ ସମଗ୍ର ଜୀବଜଗତକୁ ଯଥେଷ୍ଟ ରୂପେ ଅନ୍ନ ପ୍ରସାଦ ସୁପ୍ରାପ୍ତ ହେବା ନିମନ୍ତେ ପ୍ରଭୁ ମହିମା ଗୋସାଇଁଙ୍କ ନିକଟରେ ସମବେତ ପ୍ରାର୍ଥନା କରାଯିବାର ବ୍ୟବସ୍ଥା ହୋଇଛି l *କାର୍ଯ୍ୟ ସୂଚୀ* ପ୍ରାତଃ ଘ. 04.30 ମି. ସମୟେ ନବାନ୍ନ ଅର୍ପଣ, ପୂର୍ବାହ୍ନ ଘ. 8ଣ୍ଟା ସମୟେ ନବାନ୍ନ ବିତରଣ, ପୂର୍ବାହ୍ନ ଘ. 10ଣ୍ଟା ସମୟରେ ନବାନ୍ନ ପ୍ରସାଦ ସେବନ,
