*ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଗୁରୁ ଦିବସ ପାଳିତ, ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ଅନନ୍ୟା ସମ୍ପର୍କ ଗଢ଼ି ଉଠି ଶିକ୍ଷା ଅଧିକ ରୁଚିକର ହୋଇଥାଏ*
ନୂଆପଡା(ମିଖାଏଲ ନନ୍ଦ) ତା:୦୫.୦୯.
ନୂଆପଡ଼ା ଜିଲ୍ଲା ପବ୍ଲିକ ସ୍କୁଲ ପରିସର ମଧ୍ୟରେ ହର୍ଷ ଉଲ୍ଲାସ ରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍କୁଲ ଅଧ୍ୟକ୍ଷା ପ୍ରୀତି ଖମାରୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଡଃ.ମେଜର ରାମ ଚନ୍ଦ୍ର ମିଶ୍ର ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ଦ୍ୱାରା ଅନନ୍ୟା ସମ୍ପର୍କ ଗଢ଼ି ଉଠି ଶିକ୍ଷା ଅଧିକ ରୁଚିକର ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଭାରତ ରେ ଗୁରୁ ଶିଷ୍ୟ ପରମ୍ପରା ସର୍ବ ପ୍ରାଚୀନ ଅଟେ। ଯୁଗ ଯୁଗ ରୁ ପାଳିତ ହୋଇ ଆସୁଅଛି। ବର୍ତ୍ତମାନ ଆଧୁନିକ ଯୁଗରେ ମଧ୍ୟ ଗୁରୁ ଙ୍କ ବିନା କୌଣସି କାର୍ଯ୍ୟ ରେ ସିଦ୍ଧି ଲାଭ ହେବା ସମ୍ପବାନ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା ସମ୍ପାଦକ ଚିତ୍ତରଂଜନ ଦେଓ ଏବଂ ପରିଚାଳନା ସଦସ୍ୟା ପ୍ରଣତି ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
