ଦିଶମ ଗୁରୁ ଶିବୁ ସୋରେନ ମେମୋରିଆଲ ଏକ ଦିବାସୀୟ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ
ମୋରଡା -5/8 ଦିଶମ ଗୁରୁ ଶିବୁ ସୋରେନ ମେମୋରିଆଲ ଏକ ଦିବସିୟ ଫୁଟ ବଲ ଟୁର୍ନାମେଣ୍ଟ, ଆଜି ସେପ୍ଟେମ୍ବର ତା ୫ରିଖ ଗୁରୁ ଦିବସ ଉପଲକ୍ଷେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ବାଘଡ଼ା ସ୍ଥିତ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇ ଯାଇଛି |ଉକ୍ତ ଖେଳରେ ୧୨ ଟି ଦଳ ଅଂଶ ଗ୍ରହଣ କରିଥିଲେ | ଏହି କ୍ରୀଡ଼ାକୁ ଉଦଘାଟନ କରିଥିଲେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ର ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ଏବଂ ଶୁଲିଆପଦା ବ୍ଲକ ଉପସଭାପତି ପ୍ରମୋଦ ଦାସ |ଏହି ଖେଳରେ ସେମିଫାଇନାଲ ବାଘଡ ଓ କୁଜିଡ଼ିହି ମଧ୍ୟରେ ଏବଂ ଫାଇନାଲ ଖେଳଟି ଫନିଆ ଓ କୁଜିଧିହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏହି ଖେଳ ଟି ସମୟ ସୀମା ମଧ୍ୟରେ କୌଣସି ଗୋଲ ହେଇନଥିଲା ପେନାଲଟି ସର୍ଟ ମାଧ୍ୟମରେ କୁଜିଡ଼ିହି ଦଳ ବିଜୟୀ ହୋଇଥିଲେ, ଉକ୍ତ କ୍ରୀଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ଦାସ ଯୋଗ ଦେଇ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଆଗାମୀ ଦିନରେ କ୍ରୀଡ଼ାପ୍ରେମୀ ମାନେ କିପରି ଫୁଟବଲ ଖେଳ କୁ ନେଇ ତତ୍ପର ହେବେ ତାର ସୌମିକ ପରିଭାଷଣ ଦେଇଥିଲେ |ଉକ୍ତ କ୍ରୀଡା କୁ ସହଯୋଗ କରିଥିଲେ ସଂଗଠନ ସମ୍ପାଦକ ରାଧାଶ୍ୟାମ ପାତ୍ର ପରାଣ ହେମ୍ବ୍ରମ, ଶୁଳିଆ ପଦା ବ୍ଲକ ସଭାପତି ମନୋଜ ଦାନ, ନବୀନ ହେମ୍ବ୍ରମ, ସଗୁନ ମୁର୍ମୁ, ଗଣେଶ ହାଁସଦା, lଯୁବନେତା ସିପୁ ମୁଦୁଲି, ଅମୀର ଖାନ,ଗଣେଶ ନନ୍ଦୀ, ଶ୍ରବଣ ମହାନ୍ତ,ବାରିପଦା ଟାଉନ ସଭାପତି ତରେନ ସେନାପତି, ସୁଜିତ ବେହେରା ସମେତ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ର ବହୁ କର୍ମୀ ଯୋଗ ଦେଇଥିଲେ ଏହି ଖେଳକୁ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
