*ଖଡ଼ିଆଳ କଲ୍ୟାଣ ମଣ୍ଡପ ଠାରେ ଆଶା ସଂସ୍ଥା ଆନୁକୂଲ୍ୟରେ ପବିତ୍ର ଗମ୍ଭା ପୂର୍ଣିମା ରକ୍ଷା ବନ୍ଧନ ତଥା ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଥିଲା*
ନୂଆପଡା(ମିଖାଏଲ ନନ୍ଦ)
ତା-28/08/2026
ଆଦ୍ୟ ତାରିଖ 28/08/2026 ଖଡ଼ିଆଳ କଲ୍ୟାଣ ମଣ୍ଡପ ଠାରେ ଆଶା ସଂସ୍ଥା ଆନୁକୂଲ୍ୟରେ ପବିତ୍ର ଗମ୍ଭା ପୂର୍ଣିମା ରକ୍ଷା ବନ୍ଧନ ତଥା ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ କରାଯାଇଥିଲା. ଏହି ଉତ୍ସବ ରେ ଅଂଚଳର୍ ମହିଳା ଓ ବୁଦ୍ଧିଜୀବି ମାନେ ଅଂଶ ଗ୍ରହଣ କରିଥିଲେ l ଗମ୍ଭା ପୂର୍ଣିମା ର ତପ୍ତର୍ଯ୍ୟା ଓ ରକ୍ଷା ବନ୍ଧନ ଉତ୍ସବ ର ଐତିହାସିକ ପରମ୍ପରା ତଥା ପୌରାଣିକ କଥାବସ୍ତୁ କୁ ସମ୍ମାନୀୟ ଅତିଥି ଶ୍ରୀ ମତି ତୃପ୍ତି ରାଣୀ ସିଂ ଲାଲ ସୁନ୍ଦର ଭାବରେ ଅବତାରଣା କରିଥିଲେ l ଅନ୍ୟତମ ଅତିଥି ଶେଷ ଦେବ ପ୍ରଧାନୀ କବି ଗଙ୍ଗାଧର ମେହେତ ଙ୍କ ଜୀବନୀ ଓ ତାଙ୍କ ରଚିତ ତପସ୍ୱିନୀ. ପ୍ରଣୟ ବଲ୍ଲରୀ, କିଚକ ବଧ ଏବଂ ଓଡ଼ିଆ କାବ୍ୟ କବିତା ର ଓଡ଼ିଆ ଓ ସାହିତ୍ୟ ସମାଜ ପ୍ରତି କବିଙ୍କ ଅବଦାନ ଅତୁଳନୀୟ ଓ ଚିର ସ୍ମରଣୀୟ କୁ ପ୍ରାଞ୍ଜଳା ଭାବରେ ବ୍ୟାଖ୍ୟା କରିଥିଲେ।ଶେଷରେ ଅନୁଷ୍ଠାନ ର ସମ୍ପାଦକ ଲଷ୍ମୀ ନାରାୟଣ ସିଂ ଲାଲ କଳା ସାହିତ୍ୟ ପରମ୍ପରା ଓ ସାମାଜିକ ମୂଳବୋଧ କୁ ଉପସ୍ଥାପନା କରିବା ସହ ଆଜିର ଏହି ଉତ୍ସବ ରେ ଉପସ୍ଥିତ ସମସ୍ତ ମହିଳା ବ୍ୟକ୍ତି ବିଶେଷ ଙ୍କୁ ଧନ୍ୟବାଦ ସହ ସଭା ପରିସମାପ୍ତି ଘୋଷଣା କରା ଯାଇଥିଲାl ଆଜିର ଏହି କାର୍ଯ୍ୟକ୍ରମ ଟି ଆଶା ଅନୁଷ୍ଠାନ ଖଡ଼ିଆଳ ତଥା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଙ୍କ ଆର୍ଥିକ ସହଯୋଗ ରେ ସମ୍ପାଦନ କରାଯାଇଥିଲା
