ଶକ୍ତିଶାଳୀ ଓ ସ୍ୱାଭିମାନୀ ରାଷ୍ଟ୍ର ନିର୍ମାଣ ପାଇଁ ଆହ୍ୱାନ
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ସଂଘର ଶତାବ୍ଦୀ ବର୍ଷରେ କାର୍ଯ୍ୟକ୍ରମ ଯୁଗ ସମାଜକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଗଠନ, ଭାବନା ଓ କାର୍ଯ୍ୟଧାରା ବିଷୟରେ ଅବଗତ କରାଯାଉଛି। ପ୍ରଥମେ ବିକାଶ ମହାବିଦ୍ୟାଳୟରେ ନଗର କାର୍ଯ୍ୟବାହ ବିଚିତ୍ରାନନ୍ଦ ସାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଡ. ଶ୍ରୀପତି ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭାରତର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ।
ସେ କହିଥିଲେ ଯେ, ଦେଶର ଯୁବଶକ୍ତି ସୁସଂଗଠିତ ଭାବରେ ରାଷ୍ଟ୍ର ନିର୍ମାଣ ପାଇଁ ନେତୃତ୍ୱ ନେବା ଆବଶ୍ୟକ। ଆତ୍ମନିର୍ଭର ଭାରତ ଗଠନ ସହ ଦେଶର ସାମାଜିକ, ସାଂସ୍କୃତିକ ଓ ନୈତିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ଅବସରରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହଭାଗିତାରେ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଶକ୍ତିଶାଳୀ, ସ୍ୱାଭିମାନୀ ଓ ସମୃଦ୍ଧ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ପାଳନ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ।
