*ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗ୍ରାମର ତିନି ଶ୍ରମିକଙ୍କୁ ବିଷଧର ସାପ କାମୁଡ଼ିବା, ଦୁଇ କାକା ପୁତୁରା ସାପ କାମୁଡ଼ି ଥିବା ଜାଣି ନ ପାରି ମୃତ୍ୟୁ, ଜଣେ ଗୁରୁତର ରାୟପୁର*
ନୂଆପଡା(ମିଖାଏଲ ନନ୍ଦ) ତା:୨୨.୦୮.
ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ଚଚରାଭଟା ଗାଁରେ ଅଘଟଣ, ବିଷଧର ସାପ ତିନିଜଣ ଶ୍ରମିକ କାମୁଡ଼ିଥିବା ବେଳେ ଦୁଇ ଜଣ କାକା ପୁତୁରା ମୃତ୍ୟୁ, ଜଣେ ଗୁରୁର ଅବସ୍ଥା ରେ ଚିକିତ୍ସା ପାଇଁ ପଡୋଶୀ ରାଜ୍ୟ ଛତିଶଗଡ଼ କୁ ସ୍ଥାନାନ୍ତର କରିଛନ୍ତି। କାକା ଦୈତାରି ତାଣ୍ଡି, ପୁତୁରା ଭାରତ ତାଣ୍ଡି ଏବଂ ସେହି ଗ୍ରାମର ତୁଳସୀ ବଗର୍ତି ଙ୍କୁ ସାପ କାମୁଡ଼ି ଥିଲା। ଚଚରାଭଟା ଅଂଚଳର ଦଶ ଜଣ ଶ୍ରମିକ ବଲାଙ୍ଗୀର ଜ଼ିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୋଲଧା ଗାଁ କୁ ବ୍ରିଜ ନିର୍ମାଣ କାମ ପାଇଁ ଯାଇଥିଲେ। ଅସ୍ଥାୟୀ କେମ୍ପରେ ରାତ୍ରୀରେ ଶୋଇଥିବା ବେଳେ ବିଷଧର ଶାପ ତିନି ଜଣ ଶ୍ରମିକଙ୍କୁ କାମୁଡିଥିଲା। କିନ୍ତୁ କେବଳ ଜଣଙ୍କୁ ସାପ କାମୁଡି ଥିବା ଭାବି ଶ୍ରମିକ କାକା , ପୁତୁରା ମିଳିତ ଭାବରେ ତୁଳସୀ ବଗର୍ତ୍ତୀ ଙ୍କୁ ଚିକିତ୍ସା ପାଇ ଖଡ଼ିଆଳ କୁ ନେଇଥିଲେ।ସ୍ଥିତି ଗମ୍ଭୀର ହେବାରୁ ତୁଳସୀ ବଗର୍ତ୍ତୀଙ୍କୁ ନୂଆପଡା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । ଦୁଇ କାକା ପୁତୁରା ଙ୍କୁ ମଧ୍ୟ ସାପ କାମୁଡ଼ିଥିଲ। ସେମାନେ ଜାଣି ପାରି ନଥିଲେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା।
