ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ବରଗଡ :ବରପାଲି-(ନି ପ୍ର )ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ବରପାଲି ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ମେଳାକୁ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ବିଜ୍ଞାନ ବିଶେଷଜ୍ଞ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ।ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା(AI) ର ପ୍ରଭାବ ସମ୍ପର୍କରେ ଶିଶୁ ମାନଙ୍କୁ ଅବଗତ କରାଇଥିଲେ।ଭବିଷ୍ୟତରେ ଆସିବାକୁ ଥିବା ସଂଶ୍ଲେଷିତ ବୁଦ୍ଧିମତ୍ତା(Synthetic Intelligence ବା SI) ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ଶେଷରେ ବିଦ୍ୟାଳୟର ବିଦ୍ୟାମନ୍ଦିର
ପର୍ଯାୟ ପ୍ରମୁଖ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପୂଜାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏହି ବିଜ୍ଞାନ ମେଳାରେ ଶିଶୁ ବାଟିକା ବିଭାଗରୁ ୫୮ ଓ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୪ ମୋଟ ୩୬୨ ଜଣ ଭାଇ ଭଉଣୀ ନିଜ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।ଏହି ପ୍ରକଳ୍ପ ଗୁଡ଼ିକୁ ମୂଲ୍ୟାୟନ କରିବା ପାଇଁ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ବରିଷ୍ଠ ଓ ଅଭିଜ୍ଞ ବିଜ୍ଞାନ ଏବଂ ଗଣିତ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ମିଶ୍ର,ଶ୍ରୀ ଅନ୍ତର୍ଯାମୀ ବେହେରା,ଶ୍ରୀ ଅଶୋକ କୁମାର ପଣ୍ଡା,ଶ୍ରୀ ସତ୍ୟବାନ୍ ମେହେର,ଶ୍ରୀ ବୀର କିଶୋର ପଧାନ,ଶ୍ରୀ ଫଗୁନୁ ଚାଉଁର,ଶ୍ରୀ ମନୋଜ ବାରିକ,ଶ୍ରୀ ଲଲାଟେନ୍ଦୁ ରଣା,ଶ୍ରୀ ଉମେଶ ଚନ୍ଦ୍ର ପଧାନ ଏବଂ ଦିବାକର ତାଣ୍ଡିଆ ବିଚାରକ ରୂପେ ଯୋଗ ଦେଇଥିଲେ।ଏହି ବିଜ୍ଞାନ ମେଳା କୁ ଶ୍ରୀ ରବୀନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ।ଏହି ମେଳା କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା,ସେବକ,ସେବିକା ନିଜ ନିଜର ଦାୟିତ୍ଵ ସମ୍ପାଦନ କରିଥିଲେ।ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ ବୃନ୍ଦ ତଥା ବିଦ୍ୟାଳୟର ଅଭିଭାବକ ଓ ଅଭିଭାଵିକା ବହୁ ସଂଖ୍ୟାରେ ବିଦ୍ୟାଳୟକୁ ଆସି ପ୍ରକଳ୍ପ ପରିଦର୍ଶନ କରିଥିଲେ।ଶ୍ରେଷ୍ଠ ବିବେଚିତ ପ୍ରକଳ୍ପ ଗୁଡ଼ିକ ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳାରେ ସ୍ଥାନୀତ ହେବ।
