ଓସ୍ତପାଳ ଛକ ନିକଟରେ ବିପଦ ସଂକୁଳ ଅବସ୍ଥାରେ ପୁରୁଣା କଟକ ସମ୍ବଲପୁର ରାସ୍ତା।
ଢେ଼ଙ୍କାନାଳ ଓଡ଼ାପଡ଼ା : ଓସ୍ତପାଳ ଛକ ନିକଟ ଦେଇ ପୁରୁଣା କଟକ ସମ୍ବଲପୁର ୪୨ ନଂ ଜାତୀୟ ରାଜପଥ ରାସ୍ତା ବିପଦ ସଂକୁଳ ଅବସ୍ଥାରେ ରହିଛି। ଗତ ଲଗାଣ ବର୍ଷା ପ୍ରଭାବରେ ରାସ୍ତା କଡରେ ୩ ଫୁଟ୍ର ଗର୍ତ୍ତ ସୃଷ୍ଟି ହୋଇ ଭାଙ୍ଗିଯାଇ ବିପଦ ସଂକୁଳ ଅବସ୍ଥାରେ ରହିଛି। ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାର ଯାତ୍ରୀବାହି ଯାନ ଠାରୁ ଆରମ୍ଭ କରି ଭାରିଯାନ ତଥା ୨ ଚକିଆ ଗାଡ଼ି ଅନବରତ ଚାଲୁଛି। କେତେେବେଳେ ଏହି ରାସ୍ତା ଯୋଗୁଁ ଦୁର୍ଘଟଣା ଘଟି କାହାର ଧନ ଜୀବନ ହାନି ହେବା ପୂର୍ବରୁ ଜାତୀୟ ରାଜପଥ କତୃପକ୍ଷ ଏହି ରାସ୍ତାଟିକୁ ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
