ମୟୁରଭଞ୍ଜ, ରାଇରଙ୍ଗପୁର -ବାପାଙ୍କ ଅଭିଯୋଗ ପରେ ମାଟିତଳୁ ଖୋଳି ବାହାର କରାଗଲା ନାବାଳକର ଶବ |
୦୬ ଦିନ ତଳେ ପତା ଯାଇଥିବା ଶବକୁ ଉଦ୍ଧାର କରି ପୋଲିସ କରୁଛି ତଦନ୍ତ |
ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ନାବାଳକର ଖବର ପୋଲିସକୁ କାହିଁକି ଦେଲେନି ମେଡିକାଲ କତୃପକ୍ଷ |
ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ?
ସ୍ୱାମୀ ନଥିବା ବେଳେ ସ୍ତ୍ରୀଙ୍କୁ ଭୟଭୀତ କରାଇ ୪୦ ହଜାର ଟଙ୍କା ଦେଇ ଘଟଣାକୁ ଦବାଇବାକୁ କରାଯାଇଥିଲା ପ୍ରୟାସ | ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଗୋରୁହିଷାଣୀ ଥାନା ଅଞ୍ଚଳ ଶୁଣ୍ଢଳ ଗ୍ରାମରେ କଲୋନୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିଲା | ଗତ ଗୁରୁବାର ଦିନ ତା ୨୩/୦୭/୨୦୨୬ ରିଖ ଟ୍ରାକ୍ଟର ଧକ୍କାରେ ତଳେ ଚାପି ହୋଇ ୧୨ ବର୍ଷ ର ନାବାଳକର ଗୁରୁତର ହୋଇଥିବା ବେଳେ ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭର ଗୁରୁତର ନାବାଳକକୁ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ନେଇ ଯାଇଥିଲେ ଏବଂ ଗଛରୁ ପଡି ଗୁରୁତର ହୋଇଛି ବୋଲି କହିଥିଲେ |କିନ୍ତୁ ଚିକିତ୍ସା ସମୟରେ ନାବାଳକ ଜଣଙ୍କ ମୃତ୍ୟୁ ବରଣ କରିଥିଲା |ଏବଂ ମେଡିକାଲ କତୃପକ୍ଷ ପୋଲିସ କୁ କୌଣସି ଖବର ନଦେଇ ଶବଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ |ତେବେ ମୃତ ନାବାଳକ ମାଙ୍କ କହିବା ଅନୁସାରେ ଟ୍ରାକ୍ଟର ମାଲିକ ଏବଂ ଡ୍ରାଇଭର ଭୟଭୀତ କରି 40 ହଜାର ଟଙ୍କା ଦେଇ ଶବଟିକୁ
ପତି ଦେବା ପାଇଁ କହିଥିଲେ |ଘଟଣା ସମ୍ପର୍କରେ ଅବଗତ ହୋଇ ମୃତ ନାବାଳକ ସତ୍ୟଜିତ ବୈଠାଙ୍କ ପିତା ଭଗବାନ ବୈଠା ବାଙ୍ଗାଲୋରରୁ ଆସି ଗତକାଲି ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିବା ପରେ ଆଜି ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ପ୍ରତାପ ବେହେରା (ମାଜିଷ୍ଟ୍ରେଟ) ଏବଂ ଗୋରୁମହିଷାଣୀ ପୋଲିସ ର ଉପସ୍ଥିତିରେ ଶବ ଟିକୁ ମାତିତଳୁ ଉଦ୍ଧାର କରି ବାରିପଦାକୁ ଵେବଛେଦ ପାଇଁ ପଠା ଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି |ତେବେ ମୃତକ ନାବାଳକର ପିତା କ୍ଷତିପୂରଣ ଏବଂ ନ୍ୟାୟ ପାଇଁ ପୋଲିସ ପାଖରେ ଗୁହାରୀ କରିଛନ୍ତି | ତେବେ ଦୁଃଖୀ ପିତାକୁ ନ୍ୟାୟ ଦେବାରେ ପ୍ରଶାସନ କେତେ ସଫଳ ହେଉଛି ତାହା ବଡ ପ୍ରଶ୍ନ ହୋଇଥିବା ବେଳେ ମେଡିକାଲ କତୃପକ୍ଷ ପୋଲିସ କୁ କାହିଁକି ଖବର ଦେଲେନି ତାହାକୁ ନେଇ ମଧ୍ୟ ଉଠିଛି ବିରାଟ ପ୍ରଶ୍ନ |ଉକ୍ତ ଘଟଣାକୁ ନେଇ ଗୋତୁମହିଷାଣୀ ପୋଲିସ ୯୦/୨୬ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି |
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ରିପର୍ଟ ଭଞ୍ଜଦୂତ ଖବର
