ଚାଷ ଜମିରୁ ପାଣି ସଫେଇ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ଚାଷୀ ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଞ୍ଚାୟତ ର ବର୍ତ୍ତୀ, କୁର୍ତ୍ତାଙ୍ଗ ଗ୍ରାମ ବାସୀଙ୍କ ଚାଷ ଜମି, ଚିକିଣିଆ, କଳାଧାରୀ, ଏରଣ୍ଡପାଳ ଗ୍ରାମ ବାସୀଙ୍କ ଚାଷ ଜମି ଏବଂ ତାରପୁର, ଅଚ୍ୟୁତପୁର, ଖଣ୍ଡତରି ଓ ଗୋକଳପୁର ଗ୍ରାମ ବାସୀଙ୍କ ଏକର ଏକର ଚାଷଜମି ସବୁ ଥିବା ବେଳେ ବଢି ପାଣି ନିଷ୍କାସନ ପାଇଁ ବର୍ତ୍ତୀ ଠାରୁ ଖଣ୍ଡତରି ପର୍ଯ୍ୟନ୍ତ ଥିବା ସଫେଇ ନାଳ ରେ ବହୁ ଆଗରୁ ବର୍ଷା ପାଣି ନିଷ୍କାସିତ ହେଉଥିଲା। ଯାହାଦ୍ୱାରା ଚାଷୀମାନେ ନିଜ ବିଲରେ ତଳି ପକାଇବା ସହ ଚାଷ କାର୍ଯ୍ୟରେ ଅବହେଳା ସ୍ରୁଷ୍ଟି ହେଉ ନଥିଲା। କାଳକ୍ରମେ ଏହି ସଫେଇ ନାଳ ବା ଜଳାଶ୍ରୟ ଗୁଡ଼ିକୁ କିଛି ବ୍ୟକ୍ତି ଜବର ଦଖଲ କରି ପୋଖରି, କଦଳୀ ବାରି, ଆମ୍ବ, ପଣସ ଓ ବାଉଁଶ ବାରି ସବୁ କରିଦେବା ଦ୍ଵାରା ବର୍ତ୍ତମାନ ଚାଷ ଜମି ରୁ ପାଣି ନିଷ୍କାସନ ନେଇ ବ୍ୟାଘାତ ସୃଷ୍ଟି ହେଉଛି, ଯାହାଦ୍ୱାରା ଚାଷ ଜମିରେ ଚାଷ କରିବା ଦୂରେ ଥାଉ ତଳି ଗଣ୍ଡେ ବି ପକାଇବା ସମ୍ଭବ ପର ହେଉନି। ସେହିପରି ଡ୍ରେନେଜ ବିଭାଗ ଚାଷ କାମ ପୂର୍ବରୁ ଏହି ସଫେଇ କାର୍ଯ୍ୟ ସଠିକ ଭାବେ ନକରି କିଛି ଜବର ଦଖଲକାରୀ ଙ୍କୁ ହାତେଇ ନେଇ ସଫେଇ ସ୍ଥାନକୁ ନଆସି ମିଥ୍ୟା ବିଲ କରି ନେଉଥିବା ବେଳେ ଚାଷୀ କିନ୍ତୁ ଦୁର୍ଦ୍ଦଶା ଭୋଗୁଛନ୍ତି। କିଛି ଚାଷୀ ଏହି ସଫେଇ ବାଟ ଦେଇ ତାଙ୍କ ପୂର୍ବପୁରୁଷରୁ ଚାଷ କାମ କରି ଆସୁଥିବା ବେଳେ ପାଣି ନିଷ୍କାସନ ହୋଇ ହଂସୁଆ ନଇରେ ମିଶି ଯାଉଥିଲା, ହେଲେ ଏହି ଅବରୋଧ କାରୀଙ୍କ ଯୋଗୁ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏ ନେଇ ରଘୁନାଥପୁର ତହସିଲଦାର ରାଜଲକ୍ଷ୍ମୀ ନାୟକ ଙ୍କୁ ଡ଼ାକି ଏ ଘଟଣା ସବୁର ଅନୁଧ୍ୟାନ କରିବା ପାଇଁ ନିବେଦନ କରିଥିଲେ। ରବିବାର ଛୁଟିଦିନ ଥାଇବି ଚାଷିଙ୍କ ଠାରୁ ଖବର ପାଇ ତହସିଲଦାର ଶ୍ରୀମତୀ ନାୟକ ଘଟଣା ସ୍ଥଳରେ ପହଞ୍ଚି, ଚାଷିଙ୍କ ଠାରୁ ସମସ୍ତ କଥା ଶୁଣି ଡ୍ରେନେଜ ବିଭଗ ଅଧିକାରୀଙ୍କୁ ଡ଼ାକି ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଚାଷ ଜମି ପାଣି ଯାତାୟତ ସ୍ଥଳରେ କେହି ଅବରୋଧ କରିପାରିବେ ନାହିଁ କହିବା ସହିତ ଏ ସମ୍ପର୍କରେ ଜିଲ୍ଲାପାଳ ଙ୍କ ସହିତ କଥା ହୋଇ ତ୍ଵରିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ଙ୍କ ଏହି ଆଲୋଚନା ସମୟରେ ଚାଷିଙ୍କ ପକ୍ଷରୁ ସୁଦର୍ଶନ ନାୟକ, ଲକ୍ଷ୍ମଣ ଦାସ, କ୍ଷିତିଶ ଦାସ, ସରୋଜ କୁମାର ଦାସ, ତ୍ରିଲୋଚନ ପଣ୍ଡା, ପ୍ରଭାକର ମଲ୍ଲିକ, ନରେନ୍ଦ୍ର ସାହୁ, ଗୋଲଖ ନାୟକ , ଅଶୋକ ଦାସ, ତ୍ରିଲୋଚନ ନାୟକ, ଟୁଲିଆ ନାୟକ, ଅଜିତ ଓଝା, ତ୍ରିଲୋଚନ ସାହୁ ଓ ବିଜୟ ଦାସ ପ୍ରମୁଖ ଉପସ୍ଥିତ ରହି ଯଥାଶୀଘ୍ର ଚାଷ ଜମି ବୁଡି ରହିଥିବା ପାଣି ଘେରରୁ ମୁକ୍ତି ପାଇଁ ନିବେଦନ କରିଥିଲେ। ଯଦି ଏହି ଚାଷ ସମୟରେ ପାଣି ହଂସୁଆ ନଈ କୁ ଯିବାର ସୁ ବ୍ୟବସ୍ଥା କରାନଯାଏ ତେବେ ତିନି ପଞ୍ଚାୟତ ଚାଷୀ ଏକତ୍ର ହୋଇ କଟକ ପାରାଦ୍ବୀପ ରାସ୍ତା ଅବରୋଧ କରିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
