
ଶେରଗଡ ବାହୁଡ଼ା ଯାତ୍ରା ତଥା ସୁନାବେଶ ରେ ଯୋଗଦେଲେ ମାନ୍ୟବର ସଂସଦ ପ୍ରଦୀପ ପାଣଗ୍ରାହୀ ଓ ସନ୍ତୋଷ ପଟ୍ଟନାୟକ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଶିଶିର ମିଶ୍ର ,ନିରଞ୍ଜନ ଜେନା ।
ଶେରଗଡ (ରିପୋର୍ଟ :- ରାଜକିଶୋର ସାବତ )
ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ଠାରେ ପବିତ୍ର ବାହୁଡ଼ା ଯାତ୍ରା ଓ ଶ୍ରୀଜୀଉମାନଙ୍କ ମହିମାମୟ ସୁନାବେଶ ଉପଲକ୍ଷେ ଶେରଗଡ଼ଠାରେ ଏକ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଏହି ପବିତ୍ର ଅବସରରେ ମାନ୍ୟବର ସଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ଶ୍ରୀ ସନ୍ତୋଷ ପଟ୍ଟନାୟକ, ଶ୍ରୀ ଶିଶିର ମିଶ୍ର ଏବଂ ଶ୍ରୀ ନିରଞ୍ଜନ ଜେନା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବ ସ୍ଥଳରେ ପହଞ୍ଚି ନେତୃବୃନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହାପରେ ସେମାନେ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କ ସହ ଆଲୋଚନା କରି ଉତ୍ସବର ଶୁଭେଚ୍ଛା ଜଣାଇଥିଲେ।ଏହି ପବିତ୍ର ଅବସରରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ସାଂସଦ ଓ ମନ୍ତ୍ରୀ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହ ମିଶି ରଥଟଣାରେ ଅଂଶଗ୍ରହଣ କରିବା ସହ ଅଞ୍ଚଳର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସ୍ଥାନୀୟ ଜନସାଧାରଣ ଓ ଆୟୋଜକ କମିଟି ପକ୍ଷରୁ ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।ଏହି ବାହୁଡ଼ା ଯାତ୍ରା ଓ ସୁନାବେଶ ଦର୍ଶନ ପାଇଁ ଅଞ୍ଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ଭକ୍ତମାନେ ଆତ୍ମବିଭୋର ହୋଇପଡ଼ିଥିଲେ।
