*ନୂଆପଡ଼ା ଜିଲ୍ଲା ଖଡିଆଳ ଗଡ଼ଜାତ ଅଞ୍ଚଳ ରେ ପ୍ରଥମ୍ କରି ଜଗତର ନାଥ ଜଗନ୍ନାଥଙ୍କ ପତିତପାବନ ରୁପେ ରଥ ଉପରେ ଅଧରପଣା ନୀତି କାନ୍ତି ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ) ତା:୨୫.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ଗଡ଼ଜାତ ଅଞ୍ଚଳ ରେ ପ୍ରଥମ୍ କରି ଜଗତର ନାଥ ଜଗନ୍ନାଥଙ୍କ ପତିତପାବନ ରୁପେ ରଥ ଉପରେ ଅଧରପଣା ନୀତି କାନ୍ତି ଅନୁଷ୍ଠିତ ହେଉଅଛି। ଏହି ନୀତି ବିଶେଷ କରି ଜଗନ୍ନାଥ ଶ୍ରୀଗୁଣ୍ଡିଚା ଯାତ୍ରା ରେ ନବ ଦିନାତ୍ମକ ଯାତ୍ରା ସାରି ନିଜ ରତ୍ନ ବେଦୀକୁ ପ୍ରତ୍ୟାବର୍ତ୍ତନ ବେଳେ ରଥ ଉପରେ ଅଧରପଣା ନୀତି କାନ୍ତି ହୋଇଥାଏ। ବିଶେଷ ରୂପେ ରଥ ନିର୍ମାଣ ଏବଂ ରଥଯାତ୍ରା ରେ ଅନେକ ଦେବାଦେବୀ ଙ୍କୁ ଆହ୍ୱାନ କରି। ହରିଶୟନ ଏକାଦଶୀ ରେ ଜଗନ୍ନାଥଙ୍କ ମତ୍ୟ ଲୀଳା ଅନୁସାରେ ସମସ୍ତ ଜୀବ, ପ୍ରାଣୀ, ଆତ୍ମା ସହ ଅତୃପ୍ତ ଆତ୍ମା ର ମୌକ୍ଷ ପାଇଁ ଏହି ନିତିକାନ୍ତି ଭିଆଇଛନ୍ତି। ଭୂତ ପିଚାଶ, ଅତୃପ୍ତ ଆତ୍ମା ଘୁରି ବୁଲୁଥାଏ। ତେଣୁ ଆଜିର ଦିନରେ ଅଧରପଣା ନୀତି ଅନୁଷ୍ଠିତ ହୋଇ ତିନି ଗୋଟି ମାଟି ପାତ୍ର ରେ ପଣା ଲାଗି ଭୋଗ ହୋଇଥାଏ। ସେହି ଭୋଗ ଲାଗିବା ପରେ ମାଟି ପାତ୍ରକୁ ଭାଙ୍ଗି ଦିଆଯାଇଅଛି। ସେହି ପଣା ରଥ ଉପରୁ ଭୂମିରେ ପଡ଼ିଥାଏ। ସେହି ପଣାକୁ ଅତୃପ୍ତ ଆତ୍ମା ଗ୍ରହଣ କରି ମୌକ୍ଷ ପ୍ରାପ୍ତି ହୋଇଥାନ୍ତି। ସାଧାରଣତ ଅତୃପ୍ତ ଆତ୍ମାକୁ ସାଧାରଣ ଜଳ ମଧ୍ୟ ଗ୍ରହଣ ସୌଭାଗ୍ୟ ପ୍ରାପ୍ତି ହୋଇନଥାଏ। ତେଣୁ ଅଧରପଣା ଗ୍ରହଣ କରି ମୌକ୍ଷ ପ୍ରାପ୍ତିର ସୌଭାଗ୍ୟ ଲାଭ କରିଥାନ୍ତି ।
