ଝାରପୋଖରିଆ ଓଭରବ୍ରିଜ ନିକଟରେ ଟ୍ରକ୍ ଧକ୍କାରେ ବାଇକରେ ବସିଥିବା ନାବାଳିକା ଗୁରୁତ୍ଵର
__________________
ସାରସକଣା,(୨୫/୭/୨୬):(ନି.ପ୍ର):
ସାରସକଣା ବ୍ଲକ ଅଧୀନସ୍ଥ ଝାରପୋଖରିଆ ଓଭର ବ୍ରିଜ ନିକଟରେ ଟ୍ରକ୍ ଧକ୍କାରେ ବାଇକ ପଛରେ ବସିଥିବା ନାବାଳିକା ଗୁରୁତ୍ୱର । ମିଳିଥିବା ସୂଚନା ମୁତାବକ ୧୮ ନମ୍ବର ଜାତୀୟ ରାଜପଥ ଓ ୪୯ ଜାତୀୟ ରାଜପଥର ମିଳନସ୍ଥଳି ଝାରପୋଖରିଆ ଓଭର ବ୍ରିଜ ନିକଟରେ ଆଜି କୁଳିଅଣା ଥାନା ଅଧୀନସ୍ଥ ପିତାଡ଼ିହି ଗ୍ରାମର ୧୨ ବର୍ଷର ନାବାଳିକା ସବିତା ସିଂ ତାଙ୍କ ପରିବାର ସହ ମାମୁଁ ଘରକୁ ବାଇକରେ ଯିବା ସମୟରେ ଝାରପୋଖରିଆ ଓଭରବ୍ରିଜ ନିକଟରେ ଏକ ଟ୍ରକ(ଓ.ଡି. ୦୪ ବି ୬୧୮୬) ଧକ୍କାରେ ବାଇକ ଚାଳକ ଦୂରକୁ ଛିଟିକି ପଡ଼ିଥିବା ବେଳେ ପଛରେ ବସି ଥିବା ସବିତା ସିଂ ଗୁରୁତ୍ୱର ଆହତ ହୋଇଥିଲେ । ତୁରନ୍ତ ଓଭରବ୍ରିଜର ଟ୍ରାଫିକ୍ ଡ୍ୟୁଟିରେ ଥିବା ଝାରପୋଖରିଆ ଥାନାର ହୋମଗାର୍ଡ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତ୍ୱର ଆହତ ସବିତା ସିଂକୁ ଏନଏଚଏଆଇ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ।ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସବିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଝାରପୋଖରିଆ ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହିତ ଟ୍ରକ ଓ ଟ୍ରକ ଡ୍ରାଇଭର ସହିତ ଉକ୍ତ ବାଇକଟିକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି ।ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
