ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁରରେ କ୍ଲଷ୍ଟର ସ୍ତରୀୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ବ୍ରହ୍ମପୁର, ୨୫ ଜୁଲାଇ: ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବ୍ରହ୍ମପୁର ପରିସରରେ ଆଜି କ୍ଲଷ୍ଟର ସ୍ତରୀୟ ‘ଏକ ଭାରତ ଶ୍ରେଷ୍ଠ ଭାରତ (EBSB)’ କାର୍ଯ୍ୟକ୍ରମ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ (Principal) Shri ShivaPriya Dash କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଜାତୀୟ ଏକତା, ସାଂସ୍କୃତିକ ସମନ୍ୱୟ ଓ ବିବିଧତା ମଧ୍ୟରେ ଐକ୍ୟର ବାର୍ତ୍ତା ପ୍ରଦାନ କରିଥିଲେ।
ଚଳିତ ବର୍ଷର ବିଷୟବସ୍ତୁ ପଞ୍ଜାବ ଓ ହରିୟାଣା ଉପରେ ଆଧାରିତ ଥିଲା। ଛାତ୍ରଛାତ୍ରୀମାନେ ପଞ୍ଜାବ ଓ ହରିୟାଣାର ଲୋକନୃତ୍ୟ, ଲୋକସଙ୍ଗୀତ, ପରମ୍ପରା, ସଂସ୍କୃତି ଏବଂ ଐତିହ୍ୟକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ସେହିପରି ବିଭିନ୍ନ ପ୍ରଦର୍ଶନୀ (Exhibits) ମାଧ୍ୟମରେ ଉଭୟ ରାଜ୍ୟର କଳା, ଖାଦ୍ୟ, ପୋଷାକ ଓ ସଂସ୍କୃତି ସମ୍ପର୍କରେ ଆକର୍ଷଣୀୟ ସୂଚନା ପ୍ରଦର୍ଶିତ ହୋଇଥିଲା।କାର୍ଯ୍ୟକ୍ରମରେ PMSHRI KV Berhampur ସମୂହ ନୃତ୍ୟ,KV Bhanja Nagar samuha ସଙ୍ଗୀତ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏବଂ PMSHRI KV Gopalpur ର project ପ୍ରଥମ ସ୍ଥାନ ପ୍ରାପ୍ତ କରି ଥିଲା।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ବିଶେଷକରି ଡ଼ଃ ଏନ୍. ମେହେର, ଶ୍ରୀ ପ୍ରଭାକର ବେହେରା, ଶ୍ରୀ ରାହୁଲ ଶେଖ ଏବଂ ସୁଶ୍ରୀ ଆଶ୍ନା ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା କରାଯାଇଥିଲା ଏବଂ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟର ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଓ ଭାଇଚାରାର ଭାବନା ବୃଦ୍ଧି ପାଉଥିବା ମତ ପ୍ରକାଶ ପାଇଥିଲା।Dr N. Meher Dhanyabad arpan କରିବା ସହ କାର୍ଯ୍ୟକ୍ରମ ସମାପନ ଘୋଷଣା କରି ଥିଲେ।
