ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଗଠିତ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧରାଧରପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋପାଳପୁର ସ୍କୁଲର ପରିଚାଳନା କମିଟି ଶାନ୍ତି ଶୃଙ୍ଖଳା ସହିତ ଗଠନ କରାଯାଇଛି। ଏହି ସ୍କୁଲ ରେ ଅଧ୍ୟୟନ କରୁଥିବା ୧୨୪ ଜଣ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ, ଅଭିଭାବିକା ଙ୍କ ଉପସ୍ଥିତରେ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ କେଦାରନାଥ ସାହୁ ଏବଂ ଉପସଭାପତି ଭାବେ ସଂଗୀତା ସାହୁ ନିର୍ବାଚିତ ହୋଇଥିଲେ। ଏହି ବୈଠକରେ ପ୍ରଧାନ ଶିକ୍ଷକ ଜୟପ୍ରକାଶ ପଣ୍ଡା, ସିଆରସିସି ସୁକାନ୍ତ ଦ୍ଵିବେଦୀ, ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସ୍ଵାଇଁ, ସୁଜାତା ମହାନ୍ତି, ସୁଶ୍ରୀ ସଙ୍ଗୀତା ଦାସ, ଦୀପ୍ତି ମଲ୍ଲିକ ଓ ପ୍ରଭାତୀପ୍ରିୟା ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ। ଏହି ପରିଚାଳନା କମିଟି ଗଠନ କରିବାରେ କୌଣସି ବାଦ, ବିବାଦ ଦେଖାଯାଇ ନଥିଲା l
