ଭୁବନେଶ୍ୱରରେ ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ପ୍ରସ୍ତୁତି
ବରଗଡ଼: ୧୦.୦୭.(ନି ପ୍ର )ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ଭୁବନେଶ୍ୱର ଠାରେ ଆସନ୍ତା ଦିନରେ ଆୟୋଜନ ପାଇଁ ସ୍ମୃତି କମିଟି ସଭାପତି ଦଧିବାବନ ଶତପଥୀଙ୍କ ଉଦ୍ୟମ ଏବଂ ନିର୍ଦ୍ଦେଶ କ୍ରମେ ସ୍ମୃତି କମିଟି ପରିବାରର ପ୍ରମୁଖ ସଦସ୍ୟ ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସଂଯୋଜକ କୃଷ୍ଣ ଚନ୍ଦ୍ର ପଣ୍ଡା,ଉପସଭାପତି ସର୍ଦ୍ଦାର ପ୍ରିତମ ସିଂ, ସମ୍ପାଦକ ତୁଳସୀ ଚରଣ ଦାଶ, କୋଷାଧ୍ୟକ୍ଷ ଅଚ୍ୟୁତାନନ୍ଦ ବାରିକ ଆବାହକ ଲୁଲୁ ରବିନ ଦାସ ପ୍ରମୁଖ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀଙ୍କ ସହିତ ଆଲୋଚନା କରି ଆବଶ୍ୟକୀୟ ଆନୁଷଙ୍ଗିକ ସମସ୍ତ ପ୍ରସ୍ତୁତି ହୋଇଯାଇଥିବାରୁ ଗୁରୁ ଭଗବାନ ସାହୁ ପ୍ରେମିଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି
