
ଝାରପୋଖରିଆ ୨ ପୋଲିସ କର୍ମଚାରୀ ସସ୍ପେଣ୍ଡ ଓ ଜଣକୁ କାରଣ ଦର୍ଶାଅ ନୋଟିସ୍
___________________
ସାରସକଣା,୭/୭/୨୬(ନି.ପ୍ର):
ପୋଲିସ ବିଭାଗ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଚରମ ଅବହେଳା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ବିଭାଗ। ମୟୂରଭଞ୍ଜ ଏସ୍. ପି. ବରୁଣ ଗୁଣ୍ଡୁପାଲ୍ଲୀ ଝାରପୋଖରିଆ ଥାନାର ଏ. ଏସ୍. ଆଇ ରଣଜିତ ନାଏକ ଓ କନଷ୍ଟେବଳ ଆଶିଷ ନାଏକଙ୍କୁ ନିଲମ୍ବିତ କରିବା ସହିତ ହୋମଗାର୍ଡ଼ ସୁବ୍ରତ ପାଢୀ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଝାରପୋଖରିଆ ଗୋ-ମାଫିଆ ଉତ୍ତମ କୁମାର ଦଣ୍ଡପାଟଙ୍କ ଘରେ ଗତ ଜୁନ ମାସ ୧୩ ତାରିଖ ଦିନ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । କିନ୍ତୁ ଚଢାଉ ପୂର୍ବରୁ ଉତ୍ତମ ଦଣ୍ଡପାଟ ଫେରାର ହୋଇଯାଇଥିଲେ । ପୋଲିସ ଖାଲି ହାତରେ ଫେରିଥିଲା । ପୋଲିସ ଚଢାଉ ପୂର୍ବରୁ ଗୋ-ମାଫିଆ ଫେରାର ଘଟଣା ସୂଚନା ଲିକ୍ କୁ ନେଇ ଉଠିଥିଲା ପ୍ରଶ୍ନ | ଏ ଘଟଣା ନେଇ ସୋସିଆଲ ମିଡିଆରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଏ ନେଇ ପୋଲିସ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଯାଞ୍ଚ | ଗୋ-ମାଫିଆ କୁ ଆଗୁଆ ସୂଚନା ଦେବା ଅଭିଯୋଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ବିଭାଗ।ଝାରପୋଖରିଆ ଥାନାର କାର୍ଯ୍ୟରତ ଏ. ଏସ୍. ଆଇ ରଣଜିତ ନାଏକ ଓ କନଷ୍ଟେବଳ ଆଶିଷ ନାଏକ ନିଲମ୍ବିତ ଏବଂ ହୋମଗାର୍ଡ଼ ସୁବ୍ରତ ପାଢୀ ଙ୍କୁ କାହିଁକି ଚ଼ାକିରିରୁ ବହିଷ୍କୃତ କରା ନ ଯିବ , ସେ ନେଇ କାରଣ ଦର୍ଶାଅ ନୋଟିସ୍ ମଗା ଯାଇଛି । ସାରସକଣା ରୁ ଅନୀଲ କୁମାର ସାହୁଙ୍କ ଭଞ୍ଜଦୁତ ରିପୋର୍ଟ।
