*ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ବ୍ଲକ ତା ୩.୭.୨୦୨୬ରିଖ
ରାଜ୍ୟ ବନ ପୁରସ୍କାର ଓ ପ୍ରକୃତି ମିତ୍ର ପୁରସ୍କାର ରେ ବିଭୂଷିତ ଗଁଦିଆ ବ୍ଳକ ର ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ବନ ମହୋତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ପରିବେଶବିତ୍ ତଥା ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ ମଣିଷ ଜୀବନ ରେ ବୃକ୍ଷ ଲତା ର ଉପକାର ଅବର୍ଣ୍ଣନୀୟ ହୋଇଥିବାରୁ ସୁସ୍ଥ ସମାଜ ଗଠନ ପାଇଁ ପ୍ରଚୁର ପରିମାଣରେ ଚାରା ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବେଶ କ୍ଲବ୍ ତଥା ଶକ୍ତି କ୍ଲବ୍ ର ମାର୍ଗ ଦର୍ଶକ ଅଭୟ କୁମାର ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ପରିବେଶବିତ୍ ତଥା ଶିକ୍ଷାବିତ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ସୁସ୍ଥ ସମାଜ ଗଠନ ପାଇଁ ସୁନ୍ଦର ପରିବେଶ ଏକାନ୍ତ ରୂପେ ଆବଶ୍ୟକ। ଏଣୁ ସୁନ୍ଦର ପରିବେଶ ପାଇଁ ବନ ମହୋତ୍ସବ ସପ୍ତାହ ରେ ଚାରା ରୋପଣ କରି ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ବିଶିଷ୍ଟ ଅତିଥି ଭାବେ ପଞ୍ଚ ସଖା ଶିକ୍ଷା ସେତୁ ର ସଭାପତି ତୁଷାର କାନ୍ତ ବରାଳ, ଷଡ଼ଙ୍ଗୀ ଫରେଷ୍ଟର ବିରେନ୍ଦ୍ର ଦେହୁରୀ ଜଙ୍ଗଲ ର ସୁରକ୍ଷା ଉପରେ ଆଲୋଚନା କରିଥିଲେ। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିବାଳା ସାମଲ, ଶିକ୍ଷୟିତ୍ରୀ ଦିପିକା ପଢିଆରୀ, ତପସ୍ଵିନୀ ସାହୁ
ପ୍ରଜ୍ଞାସିନୀ ଶତପଥୀ, ଶିକ୍ଷକ ଅରୁଣ ଧାରୁଆ, ଅମୂଲ୍ୟ ବେହେରା କର୍ମଚାରୀ ଗୋବର୍ଦ୍ଧନ ବେହେରା , ବନ କର୍ମଚାରୀ ସ୍ୱାଗତିକା ରାଉତ ଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ଶତାଧିକ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଷଡ଼ଙ୍ଗୀ ବନାଞ୍ଚଳ ର କର୍ମଚାରୀ ବୃନ୍ଦ ଉପସ୍ଥିତ ହୋଇ ସହଯୋଗ କରିଥିଲେ।
