ବାଲିମେଳା -୦୩/୦୭/୨୦୨୬
ସୁକୁମାର ମଣ୍ଡଳ
ଆଜି ମାଲକାନଗିରି ଜିଲ୍ଲାର ସୋଲରୁକୋଣ୍ଡା ବ୍ୟାରେଜ ଠାରେ ଟାଇମ୍ସ ଅନ ଓଡ଼ିଆର ଏଡିଟର ଶ୍ରୀଯୁକ୍ତ ଅକ୍ଷୟ ଚାନ୍ଦଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଡିସି ଶ୍ରୀଯୁକ୍ତ ହରପ୍ରସାଦ ଖାଡ଼ଙ୍ଗାଙ୍କ ତତ୍ତ୍ଵାବଧାନରେ ଭଞ୍ଜଦୂତ ଖବର, ବିଶ୍ଵ ବାଣୀ, ଟାଇମ୍ସ ଅନ ଓଡ଼ିଆ ଏବଂ ଟପ୍ ପୋଷ୍ଟର ସାମ୍ବାଦିକ ମାନେ ଏକତ୍ରିତ ହୋଇଥିଲେ। ଆଜିର ସାମ୍ବାଦିକ ମାନଙ୍କର ଏହି ବୈଠକର ମୂଖ୍ୟ ଉଦ୍ଦେଶ୍ୟ ଥିଲା ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା। ଏହାଛଡ଼ା ଏହି ବୈଠକରେ ଗୋଟିଏ ସାମ୍ବାଦିକ କମିଟି ମଧ୍ୟ ଗଠନ କରାଯାଇଥିଲା। ଏହି କମିଟିର ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ଶିବ ପ୍ରସାଦ ଖରାଙ୍କୁ ପ୍ରେସିଡେଣ୍ଟ, ଝାଣ୍ଟୁ ଓଝା ଭାଇସ ପ୍ରେସିଡେଣ୍ଟ, ଶ୍ରୀଯୁକ୍ତ ସୁକୁମାର ମଣ୍ଡଳ ସେକ୍ରେଟାରୀ, ଧନେଶ୍ୱର ଖରା ସହଯୋଗୀ ସେକ୍ରେଟାରୀ, ମନତୋଷ ବାଲା କ୍ୟାସିୟର ଭାବରେ ମନୋନୀତ ହୋଇଥିଲେ। ହରପ୍ରସାଦ ଖାଡ଼ଙ୍ଗା ମୂଖ୍ୟ ଉପଦେଷ୍ଟା ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସୁକୁମାର ମଣ୍ଡଳ ସଭା ପରିଚାଳନା କରିଥିଲେ। କମିଟିର ମେମ୍ବର ମାନଙ୍କ ମଧ୍ୟରେ ଥିଲେ ଅଭିଷେକ ମଣ୍ଡଳ, ସୁଶାନ୍ତ ମଣ୍ଡଳ, ଚନ୍ଦ୍ରଶେଖର ମଣ୍ଡଳ, ଶିଦ୍ଧାର୍ଥ କବିରାଜ , ଶୁଭମ ବିଶ୍ଵାସ, ବିଭୁତି ଭୂଷଣ ଖାଡ଼େଙ୍ଗା, ସଂଜୟ ମାଢ଼ି, ମନ୍ମଥ ରାୟ, ରଞ୍ଜିତ ବିଶ୍ଵାସ, ଭାନୁଚଦ୍ର ସାହୁ, ମନ୍ୟବ୍ରତ ବିଶ୍ଵାସ ଓ ଶ୍ରୀଧର ପାଢ଼ୀ ମେମ୍ବର ଭାବେ ମନୋନୀତ ହୋଇଥିଲେ। ଶେଷରେ ସବୁ ସାମ୍ବାଦିକ ମାନେ ସର୍ବସମ୍ମୁଖରେ ପ୍ରକାଶ କରିଥିଲେ ଯେ ଠିକ୍ ଭାବରେ କାମ କରିବେ ଏବଂ ନିଜ ଚ୍ୟାନେଲକୁ ଆଗେଇ ନେବେ।
