ପାବେରୀ ପଡି ଶ୍ରମିକ ର
ଉପଖଣ୍ଡ ଚିକିତ୍ସାଳୟ ରେ ପାଚେରୀ ପଡି ଗୁରୁତର ଜଣେ ଶ୍ରମିକ ଭର୍ତ୍ତି ହୋଇଥିବା ବେଳେ ତାର ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ତେଲକୋଇ ଥାନା ଅନ୍ତର୍ଗତ ବିମଳା ଗ୍ରାମର ଭାଗବତ ନାଏକ (୪୫ ) l ବିମଳା ଗ୍ରାମର ଭାଗବତ ନାଏକ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ର ଏକ ପୁରାତନ ପାଚେରୀ ଭାଙ୍ଗୁଥିଲେ l ଭାଙ୍ଗିବା ସମୟରେ ଅସାବଧାନତା ଯୋଗୁଁ ପାଚେରୀ ଭାଗବତ ଉପରେ ପଡିଯାଇଥିଲା l ଫଳରେ ଭାଗବତ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ଗୁରୁତର ଭାଗବତଙ୍କୁ ଜରୁରୀ କାଳୀନ ଯାନ ରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି l
