*ନୂଆପଡ଼ା ଜିଲ୍ଲା ଖଡିଆଳ ଶ୍ରୀଜି ମଣ୍ଡପ ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷ ରୁ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳୀଦାନ ଦିବସ ପାଳିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୪.୦୬.
ନୂଆପଡ଼ା ଜିଲ୍ଲା ଖଡିଆଳ ଶ୍ରୀଜି ମଣ୍ଡପ ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷ ରୁ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ବଳୀଦାନ ଦିବସ ପାଳିତ ହୋଇଯାଇଅଛି। ଅନୁଷ୍ଠିତ ସଭାରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜ୍ଞାନ ରଂଜନ ମେଘ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲମ୍ବୋଦର ନିଆଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡକ୍ଟର ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୀବନ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦେଶର ସୁରକ୍ଷା ପାଇଁ ଜଣେ ଜଣେ ସଚ୍ଚୋଟ ନାଗରିକ ହେବାକୁ ଆହ୍ୱାନ କରିଥିଲେ। ସଭାରେ ଦେବ ଦେବ ସିଂହ ଦେଓ, ମନୋଜ କୁମାର ପଟ୍ଟନାୟକ, ପୃଥୀରାଜ ମହାନ୍ତି, ମଣ୍ଡଲ ସଭାପତି ସୁଶାନ୍ତ ବିଶି ଯୋଗ ଦେଇ ମୁଖାର୍ଜୀଙ୍କ ଜୀବନ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ବେଳେ ତାଙ୍କ ଏହି ତିରୋଧାନ ଦିବସକୁ ବଳୀଦାନ ଦିବସ ରୂପେ ପାଳନ କରିଛନ୍ତି। ରାଷ୍ଟ୍ରୀୟ ଏକତା ଅଖଣ୍ଡତା ପାଇଁ କାର୍ଯ୍ୟ କରି ଭାରତୀୟ ଜନତା ପାର୍ଟି ତାଙ୍କ ଜୀବନ ଉସର୍ଗିକୃତ୍ କରିଥିଲେ
