ରାୟଗଡ/ଗଜପତି (ଟିକି ଲିମା) : ଗଜପତି ଜିଲ୍ଲା ରାୟଗଡ଼ ଠାରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ବ୍ରାହ୍ମଣ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ବକ୍ତା ଭାବେ ଲୋକନାଥ ମିଶ୍ର ଯୋଗ ଦେଇ ବ୍ରାହ୍ମଣ ମାନଙ୍କ ମଧ୍ୟରେ ଥିବା ସମସ୍ୟା ଗୁଡ଼ିକ ରହିଛି । ସେ ଗୁଡିକ କିପରି ରୋକା ଯାଇ ପାରିବ। ବ୍ରାହ୍ମଣ ମାନଙ୍କ ଜାତି ରେ ଥିବା ନୀତି ନିୟମ ପାଳନ କରି ନିଜ ପରିବାର ସହ ଜାତିର ମାନ ସମ୍ମାନ ରଖି ସମାଜରେ ଚାଲିବାକୁ ଉପଦେଶ ଦେଇଥିଲେ। ଜଣେ ଭଲ ବାଦ୍ୟକାର ଭାବେ ଜଗନ୍ନାଥ ପାଣିଗ୍ରାହୀ, ଜଣେ ଭଲ ଠାକୁର ସେବାୟତ ଭାବେ କାମାକ୍ଷୀ ପ୍ରାସାଦ ପାତ୍ର ଓ ଭଲ ପାଠ ପଢି ଉଚ୍ଚ ଶିକ୍ଷା(ପିଏଚଡି) ଲାଭ କରୁଥିବାକୁ ନେଇ ରାଜେଶ କୁମାର ପାତ୍ର ଙ୍କୁ ଉପୋଢ଼ୋକନ ସହ ମାନପତ୍ର ପ୍ରଦାନ ଦେଇ ସମ୍ମାନୀତ କରାଯାଇଥିଲା। ସେହିପରି ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାରେ ରେ ଭଲ ମାର୍କ ରଖି ପାସ କରି ଥିବା ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ଏହି ସମୟରେ ସଭାପତି ଜିତେନ୍ଦ୍ର ପାତ୍ର ଓ ସମ୍ପାଦକ ଦିଲ୍ଲୀପ ନାୟକ ଙ୍କ ସହ ସମସ୍ତ ବ୍ରାହ୍ମଣ ଦେବତା ମାନେ ଉପସ୍ଥିତ ଥିଲେ।
