*ନୂଆପଡ଼ା ଜିଲ୍ଲା ରେ ଆଜି ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ, ସଚେତନ ରଥ କୁ ଜିଲ୍ଲାପାଳ ଶୁଭାରମ୍ଭ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୬.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ କ୍ଷେତ୍ରୀୟ ଭବନ ଠାରେ ଆଜି ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସ ଜିଲ୍ଲା ପ୍ରଶାସନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଏବଂ ଜିଲ୍ଲା ଶ୍ରମ ବିଭାଗ ପକ୍ଷ ରୁ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ବର୍ତ୍ତମାନ ସଚେତନ ଦ୍ୱାରା ଶିଶୁ ଶ୍ରମିକ ଉଚ୍ଛେଦ କରିବା ନାଗରିକଙ୍କ କର୍ତ୍ତବ୍ୟ ଅଟେ ବୋଲି ମତବ୍ୟକ୍ତ, କରିଥିଲେ। ଏହି ଉପଲକ୍ଷେ ପାଞ୍ଚ ଗୋଟି ସଚେତନ ରଥ କୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଉପନିର୍ଦ୍ଦେଶକ ଶ୍ରମ ବିଭାଗ ରବୀନ୍ଦ୍ର କୁମାର ବରାଳ, ଜିଲ୍ଲା ଶ୍ରମ ଅଧିକାରୀ, ପୂର୍ବତ୍ତନ ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡଃ. ଫଣିନ୍ଦମ୍ ଦେଓ, ରଞ୍ଜନ କୁମାର ସାହୁ, ସମାଜ ସେବୀ ଅଜିତ୍ ପଣ୍ଡା, ପୂର୍ବତ୍ତନ କଣ୍ଟାବାଞ୍ଜି କଲେଜ ଅଧ୍ୟକ୍ଷ ଡଃ. ପଦ୍ମଲୋଚନ ବର୍ମା, ଗଙ୍ଗା ପାଣିଗ୍ରାହୀ, ସମାଜ ସେବୀ ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ। ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଏକ ଟ୍ୟାକ୍ସ ଫୋର୍ସ କମିଟି ଗଠନ କରି ଉପଯୁକ୍ତ ପଦକ୍ଷେପ ନିଷ୍ପତ୍ତି
