ଅଲିଭା ମହାସଂଘ ର ବ୍ଲକ ସ୍ତରୀୟ ବୈଠକ
ତl ୧୨/୦୬/୨୦୨୬- ରରୁଆଁ ଗ୍ରାମପଂଚାୟତ କଲ୍ୟାଣ ମଣ୍ଡପ ଠାରେ ରରୁଆଁ ବ୍ଲକ ର ଗ୍ରାମପଞ୍ଚାୟତ ମହିଳା ନିର୍ବାଚିତ ପ୍ରତିନିଧି ମହାସଂଘ ର ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ଦ୍ୱାରା ଅଯୋଜିତ କାର୍ଯକ୍ରମ ରେ ରରୁଆଁ ବ୍ଲକ ସମସ୍ତ ୧୨ ଗୋଟି ଗ୍ରାମ ପଂଚାୟତ ର ୩୨ ଜଣ ମହିଳା ପ୍ରତିନିଧି (ଅଲିଭା ସଦସ୍ୟା )ଯୋଗ ଦେଇ ଥିଲେ l ସର୍ବ ପ୍ରଥମେ ଅଲିଭା
ମହାସଂଘ ସଭାନେତ୍ରୀ ସୁବାସିନୀ ତିରିଆ ସମସ୍ତଙ୍କୁ ସ୍ୱାଗତ ଜଣାଇ ଥିଲେ ତତେ ପରେ ହଙ୍ଗର ପ୍ରୋଜେକ୍ଟ ର କ୍ଷେତ୍ର ପ୍ରଶିକ୍ଷକ ଲଷ୍ମୀକାନ୍ତ ମହାନ୍ତ ଙ୍କୁ କାର୍ଯ୍ୟକ୍ରମ ର ଆଗକୁ ବଢାଇବା ପାଇଁ ଅନୁରୋଧ କରିଥିଲେ l ତା ପରେ କ୍ଷେତ୍ର ପ୍ରଶିକ୍ଷକ ବୈଠକ ର ଲକ୍ଷ୍ୟ ଓ ଉଦ୍ୟେଶ୍ୟ ଉପରେ ଆଲୋକପାତ କରିଥିଲେ l ଏହାପରେ ସମସ୍ତ ଚାରିଗୋଟି କ୍ଲଷ୍ଟର ମହାସଂଘ ବୈଠକ ରୁ ଅlସିଥିବା ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇଥିଲା l ପ୍ରାଥମିକତା ଦୃଷ୍ଟିରୁ ଯେଉଁ ସମସ୍ୟା ଗୁଡିକ ଅତି ଜରୁରୀ ବୋଲି ଜଣାଯାଇଥିଲା ସେଗୁଡିକୁ ଚୟନ କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କୁ ସମସ୍ୟା ର ସମାଧାନ ପାଇଁ ଦାବି ପତ୍ର ଦିଆଯାଇଥିଲା, ବିଶେଷତ୍ୱ ରରୁଆଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଗ୍ରାମ ପଞ୍ଚାୟତ, କ୍ଲଷ୍ଟର ଏବଂ ମହିଳା ଅଧିକାର ସାମ୍ମୁଖ୍ୟ ରୁ ଆସିଥିବା ସମସ୍ୟା ଗୁଡ଼ିକ ର ସମାଧାନ ନିମନ୍ତେ ଏବଂ ରରୁଆଁ ତହସିଲଦାର ଙ୍କୁ ନରଷଣ୍ଢl
ଗ୍ରାମପଞ୍ଚାୟତ ର ନାକସରା ଗ୍ରାମରେ ଏକ ସର୍ବସାଧାରଣ ରାସ୍ତା କୁ ଜୈନେକ ପ୍ରଭାବଶାଳୀ ବ୍ୟକ୍ତି ରାସ୍ତା ନିର୍ମାଣ କରିବାକୁ ଦେଉ ନାଁ ଥିବା କାରଣ ରୁ ତାର ଚିହ୍ନଟ କରିବା ନିମନ୍ତେ ଦାବି ପତ୍ର ଦିଆଯାଇଥିଲା l ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ର କ୍ଷେତ୍ର ପ୍ରଶିକ୍ଷକ ଲଷ୍ମୀକାନ୍ତ ମହାନ୍ତ ଏବଂ କ୍ଷେତ୍ର ଆସୋସିଏଟ ନିହାର ରଞ୍ଜନ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ l ପରିଶେଷରେ ଅଲିଭା ସଦସ୍ୟା ହେମଲତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ l
