କବିସମ୍ରାଟ ମିଡ଼ିଆ କ୍ଲବ ର ମହାନତା ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ ପରିବାର ପାଖରେ ପହଞ୍ଚିଲେ ମିଡ଼ିଆ କ୍ଲବର ସଦସ୍ୟ।
ଭଞ୍ଜନଗର :୦୫/୦୬ (ପ୍ରଫୁଲ୍ଲ କୁମାର ମହାରଣା) ବରିଷ୍ଠ ସିନେ ସାମ୍ବାଦିକ, ଗାଳ୍ପିକ ତଥା କାହାଣୀକାର ପବିତ୍ର ଗୌଡ଼ଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଛି। ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଫୁସ୍ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ହେବ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଠାରୁ ବିଶାଖାପାଟଣା ନେବା ସମୟରେ ରାସ୍ତାରେ ତାଙ୍କ ଦେହାନ୍ତ ହୋଇଥିଲା। ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଭଞ୍ଜନଗରସ୍ଥିତ ବୋରିବନ୍ଧ ନିଆଯାଇଥିଲା ବୋଲି ପରିବାର ସଦସ୍ୟଙ୍କ ପକ୍ଷରୁ ସୂଚନା ମିଳିଛି। ତାଙ୍କ ଶେଷ ସମୟରେ ପାଖରେ ପତ୍ନୀ, ୨ ପୁଅ, ୨ ଭାଇ, ଭାଉଜ, ଭାଇବୋହୁ ଉପସ୍ଥିତ ଥିଲେ। ଗାଁରେ ବାପା, ମା’, ପୁତୁରା, ଝିଆରୀ ଓ ଅନ୍ୟ ପରିବାର ସଦସ୍ୟ ରହିଛନ୍ତି। ସାମ୍ବାଦିକଙ୍କ ଏହି ଶୋଚନୀୟ ମୃତ୍ୟୁରେ ଭଞ୍ଜନଗରର ଅଗ୍ରଣୀ ସାମ୍ବାଦିକ ସଂଘ ‘କବି ସମ୍ରାଟ ମିଡ଼ିଆ କ୍ଲବ’ ଗଭୀର ଦୁଃଖ ପ୍ରକାଶ କରିଥିଲା। ଖବର ପାଇବା ପରେ ୩୦ ତାରିଖ ଦିନ ସନ୍ଧ୍ୟାରେ କବି ସମ୍ରାଟ ମିଡ଼ିଆ କ୍ଲବ ତରଫରୁ ଏକ ଶୋକ ସଭା ଆୟୋଜନ କରାଯାଇଥିଲା। ଏହି ଦୁଃଖଦ ସମୟରେ କେବଳ ଶୋକ ବ୍ୟକ୍ତ ନକରି ମାନିବକତା ଓ ଭ୍ରାତୃଭାବର ପରିଚୟ ଦେଇ କ୍ଲବର ସଦସ୍ୟମାନେ ସ୍ୱର୍ଗତ ସାମ୍ବାଦିକଙ୍କ ପରିବାରଙ୍କୁ ଭେଟି ତାଙ୍କ ଦୁଃଖରେ ସମଦୁଃଖୀ ହୋଇ ପରିବାରରକୁ ସମବେଦନା ଜଣାଇଥିଲେ। କ୍ଲବର ସଭାପତି ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ଉପ ସଭାପତି ସମୀର କୁମାର ମହାପାତ୍ର, ସଂଯୋଜକ ରଞ୍ଜିତ ଜେନା, ସଦସ୍ୟ ପ୍ରଫୁଲ୍ଲ କୁମାର ମହାରଣା, ସୁନୀଲ କର ସହିତ ସମାଜସେବୀ ଜଗଦିଶ ପାଣିଗ୍ରାହୀ ଉପସ୍ଥିତ ରହି ଅନୁଷ୍ଠାନ ତରଫରୁ କିଛି ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଜଣେ ସାମ୍ବାଦିକ ସବୁବେଳେ ସମାଜର ସମସ୍ୟାକୁ ଲୋକଲୋଚନକୁ ଆଣିଥାଏ, କିନ୍ତୁ ଆଜି ସାମ୍ବାଦିକ ପରିବାରର ଜଣେ ସଦସ୍ୟ ଆମକୁ ଛାଡ଼ି ଚାଲିଯାଇଛନ୍ତି ତେଣୁ ଏହି ଦୁଃଖଦ ସମୟରେ ପରିବାରକୁ ସହଯୋଗ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। କ୍ଲବ ପକ୍ଷରୁ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯିବା ସହ ଆଗାମୀ ଦିନରେ ମଧ୍ୟ ପରିବାରକୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।
