ଭଞ୍ଜନଗର ରେ କାଳବୈଶାଖୀର ତାଣ୍ଡବ, ଜନସାଧାରଣ ଙ୍କ ଯାତାୟାତ ବାଧାପ୍ରାପ୍ତ।
ଭଞ୍ଜନଗର.୩୧/୦୫(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଗତକାଲି ସନ୍ଧ୍ୟା ସାତଟା ତିରିଶ ସମୟରେ ହଠାତ କାଳବୈଶାଖୀ ଯୋର ରେ ପବନ ସହ ବର୍ଷା ହେବା ଫଳରେ ଭଞ୍ଜନଗର ସହର,ଓ ଆଖ ପାଖ ଅଞ୍ଚଳରେ କାଳବୈଶାଖୀ ର ପ୍ରଭାବ ପଡିଛି। ଯାହାଫଳରେ ବାଇ ପାସ୍ ରୋଡ, ଭଞ୍ଜନଗର ଆସ୍କା ରୋଡ, ଭଞ୍ଜନଗର ଫୁଲବାଣୀ ରୋଡ, ରେ ବହୁତ ଗଛ ଭାଙ୍ଗି ପଡିବା ଫଳରେ ଜନସାଧାରଣ ଏବଂ ଯାନବାହାନ ଯିବା ଆସିବା ବହୁ ଅସୁବିଧା ର ସମ୍ମୁଖୀନ ହୋଇଛି । ସୂଚନା ଯୋଗ୍ୟ ଯେ ଗଛ ଭାଙ୍ଗିପଡିବା ଦ୍ୱାରା ବିଦ୍ୟୁତ ତାର ଛିଣ୍ଡି ଯାଇଛି,ବିଦ୍ୟୁତ ପୋଲ ଭାଙ୍ଗିଛି, କିଛି ଘର ମାନଙ୍କର ଚାଳ ଛପର ମଧ୍ୟ ଉଡିଯାଇଛି। ଗଛ ଭାଙ୍ଗିଯିବା ଦ୍ୱାରା ନିକଟରେ ଯାଇଥିବା ବିଦ୍ୟୁତ୍ ତାର ମଧ୍ୟ ଓହଳିକି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଭଞ୍ଜନଗର ରେ ବିଦ୍ୟୁତ୍ ବିଚ୍ଛିନ୍ନ ମଧ୍ୟ ହୋଇଛି।ଫଳରେ ଭଞ୍ଜନଗର ଓ ଆଖ ପାଖ ଅଞ୍ଚଳ ବାସୀ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇଛିନ୍ତି।ତେବେ ଭଞ୍ଜନଗର ସହରର ମୁଖ୍ୟ ବାଣିଜ୍ୟ ସ୍ଥଳୀ ହୋଇଥିବା ବେଳେ ସନ୍ଧ୍ୟା ସାତଟା ତିରିଶିସମୟରୁ ଗଛ ପଡ଼ିବା ସହ ବିଦ୍ୟୁତ୍ ତାର ଗୁଡ଼ିକ ଓହଳି ରହିଥିଲେ ମଧ୍ୟ ଏଗୁଡ଼ିକୁ ରାସ୍ତାରୁ ହଟାଇବାକୁ କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଯାତାୟାତ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇଛି।ଭଞ୍ଜନଗର ବାଇ ପାସ୍ ସିରିଡି ସାଇ ମନ୍ଦିର ପାଖରେ ଥିବା ଗଛ ପଡି ରାସ୍ତା ଜାମ ହେବା ଦ୍ୱାରା ଜନସାଧାରଣ ସହଯୋଗ ରେ ଗଛକୁ ହଟାଇବା ଫଳରେ ଯାତାୟାତ ସ୍ୱାଭାବିକ ହେବାର ପରିଲକ୍ଷିତ ହୋଇଛି।
